Latest Odisha News

କରୋନା ସଂକ୍ରମିତ ହେଲେ କମଳା ହାସନ

ମୁମ୍ବାଇ: ଫିଲ୍ମ ଷ୍ଟାର କମଳା ହାସନ କରୋନା ସଂକ୍ରମିତ ହୋଇଛନ୍ତି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଆମେରିକା ଗସ୍ତରୁ ଫେରିବା ପରେ ତାଙ୍କୁ ସାମାନ୍ୟ କାଶ ହୋଇଥିଲା । ଏହା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ ଏବଂ ଏହା ପଜିଟିଭ ଆସିଥିଲେ । ସେ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେବା ସହ କୋଭିଡ-୧୯ ଯାଇ ନାହିଁ ବୋଲି କହିଛନ୍ତି ।

ଚଳିତ ବର୍ଷ କମଳା ହାସନଙ୍କ ପାଦର ହାଡ ସଂକ୍ରମିତ ହୋଇଥିବା ଯୋଗୁ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ନିକଟରେ ଟିଭି ଅଭିନେତ୍ରୀ ମାଧବୀ ଗୋଗଟେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଅନଲକ ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା କାୟା ବିସ୍ତାର କରୁଥିବାରୁ ଏଥିନେଇ ସତର୍କତା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.