Latest Odisha News

BREAKING NEWS

ବିଦେଶରୁ ଫେରି କୋଭିଡ-୧୯ ପୋର୍ଟାଲରେ ରେଜିଷ୍ଟ୍ରେସନ କଲେ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର: ବିଦେଶରୁ ଫେରିଛନ୍ତି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ କ୍ରିଷ୍ଣା । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ସେ କୋଭିଡ-୧୯ ୱେବସାଇଟରେ ରେଜିଷ୍ଟ୍ରେସନ କରିଛନ୍ତି । ତାଙ୍କଠାରେ କୋରନା ଭୂତାଣୁର କୌସଣି ଲକ୍ଷଣ ନ ଥିଲେ ମଧ୍ୟ ସେ ପଂଜୀକରଣ କରିଥିବା ନେଇ ଏକ ଭିଡିଓ ଜରିଆରେ ଜଣାଇଛନ୍ତିି ।

ଏଥି ସହ ଭିନିଲ୍ ପରିବାର ଲୋକଙ୍କଠାରୁ ଅଲଗା ରହି ହୋମ୍ କ୍ୱାରେନଣ୍ଟାଇନରେ ଅଛନ୍ତି । କରୋନା ଭୂତାଣୁ ମୁକାବିଲା କରିବା ପାଇଁ ସରକାରଙ୍କ ଜାରି କରିଥିବା ଗାଇଡ ଲାଇନ ମାନିବାକୁ ଭିନିଲ କ୍ରିଷ୍ଣା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.