ମୁମ୍ବାଇ: ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନ ଖାଁ ଏବେ ବ୍ୟାଟେଲ ଅଫ ଗଲୱାନ ଫିଲ୍ମ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ନାମ ଏବେ ବଦଳାଯାଇଛି ମାତୃଭୂମି କରାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ସମ୍ପୂର୍ଣ୍ଣ କରିବା ପାଇଁ ୪୦ ଦିନର ରିଶୁଟ କରାଯାଉଛି । ଏପରିକି ମାତୃଭୂମିରେ ଏକ ଚାଇନିଜ ଗୀତ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏବେ ସୂରଜ ବଡଜାତ୍ୟା ତାଙ୍କର ଆଗାମୀ ଫିଲ୍ମର ନାମ ବଦଳାଇବା ପାଇଁ ଚିନ୍ତା କରୁଛନ୍ତି । ଆୟୂଷ୍ମାନ ଖୁରାନା ଓ ଶରବରୀ ବାଘ ଅଭିନୀତ ଏହି ଫିଲ୍ମର ନାମ ୟେ ପ୍ରେମ ମୋଲ ଲିୟା ରଖାଯାଇଛି । ଏହାର ନାମ କଣ ବଦଳାଯିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।
କେତେକ ରିପୋର୍ଟ ଅନୁସାରେ ଏହାର ନାମ ପ୍ରେମ ମୋହ ମାୟା ରଖାଯାଇପାରେ । ଉଚ୍ଚାଁଇ ପରେ ମହାବୀର ଜୈନ ଓ ସୁରଜଙ୍କ ଏହା ଦ୍ୱିତୀୟ ଫିଲ୍ମ । ସଲମାନଙ୍କୁ ଏହି ଫିଲ୍ମରେ ନ ନେଇ ଆୟୂଷ୍ମାନ ନିଆଯିବା ନେଇ ଆଲୋଚନା ହୋଇଥିଲା । ସୂରଜଙ୍କ ଫିଲ୍ମ ମାଧ୍ୟମରେ ସଲମାନ ପ୍ରେମ ଭାବେ ଏକ ରୋମାଂଟିକ ଇମେଜ ତିଆରି କରିବାରେ ସଫଳ ହୋଇଥିଲେ । ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଖବର ପ୍ରକାଶ ପାଇଛି ।