Latest Odisha News

BREAKING NEWS

କଲେଜିୟମ ସୁପାରିସକୁ ନେଇ ତେଜିବ କି ସୁପ୍ରିମକୋର୍ଟ-କେନ୍ଦ୍ର ବିବାଦ?

କଲେଜିୟମ ବ୍ୟବସ୍ଥାକୁ ନେଇ ଜାଣନ୍ତୁ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ମତ

ଭୁବନେଶ୍ୱର: ତେଜିବ କି ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର ମଧ୍ୟରେ କଳି? ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମର ସୁପାରିସକୁ ଗ୍ରହଣ କରିବାରେ ବା ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ର ଆଇନ ସଚିବଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏଥିସହ ବିଳମ୍ବର କାରଣ ଜାଣିବାକୁ ଚାହିଁଛନ୍ତି। କିନ୍ତୁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସକୁ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜ୍ଜ ନିକଟରେ ଏକ ଜାତୀୟ ଟିଭି ଚ୍ୟାନେଲରେ ଦେଇଥିବା ବୟାନ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଦର୍ଶାଉଛି।

ମନ୍ତ୍ରୀ କହିଥିଲେ ଯେ ବ୍ୟକ୍ତିର ଯୋଗ୍ୟତା ଏବଂ ଦକ୍ଷତା ଦେଖି ବିଚାରପତି ଭାବରେ ପଦୋନ୍ନତି ଦିଆଯିବା ଉଚିତ। କିନ୍ତୁ ଏବେ କଲେଜିୟମ ଯେଉଁମାନଙ୍କୁ ଜାଣିଛନ୍ତି ସେହିମାନଙ୍କୁ ବିଚାରପତି ଭାବେ ପଦୋନ୍ନତି ମିଳୁଛି। ଏପରି କହି ସେ କଲେଜିୟମ ବ୍ୟବସ୍ଥା ଉପରେ ସନ୍ତୁଷ୍ଟ ନଥିବା ପରୋକ୍ଷରେ କହିଥିଲେ।

ସେହିପରି ନିକଟରେ ସୁପ୍ରିମକୋର୍ଟ କଲେଜିୟମ କିଛି ହାଇକୋର୍ଟର ବିଚାରପତିଙ୍କ ବଦଳି କରିବାକୁ ସୁପାରିସ କରିଥିଲେ। ଯେଉଁଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମୁରଲୀଧରଙ୍କ ନାମ ମଧ୍ୟ ଥିଲା। ହେଲେ କେନ୍ଦ୍ର ସରକାର କଲେଜିୟମ ସୁପାରିସକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବା ବେଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବିଜ୍ଞପ୍ତିରେ ଦର୍ଶାଇନଥିଲେ। ଯାହା ଦର୍ଶାଇଥିଲା କଲେଜିୟମ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସହମତି ପ୍ରକାଶ କରିପାରୁନି।

ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ କିରଣ ରିଜ୍ଜୁ କହିଥିଲେ, ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥା ଅପାରଦର୍ଶୀ ଓ ଉତ୍ତରଦାୟୀ ନୁହେଁ । ସରକାର ବିକଳ୍ପ ବ୍ୟବସ୍ଥା ନ ଆସିବା ଯାଏ ବର୍ତ୍ତମାନର ବ୍ୟବସ୍ଥା ସହ କାମ କରିବାକୁ ପଡ଼ିବ। ଏପରି କହି ସେ ନ୍ୟାୟପାଳିକା କିମ୍ବା ବିଚାରପତିଙ୍କୁ ସମାଲୋଚନା କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ କିନ୍ତୁ ମୁଁ ଏପରି ଏକ ତଥ୍ୟ କହୁଛି ଯାହା ଭାରତର ସାଧାରଣ ଲୋକଙ୍କ ଚିନ୍ତାଧାରାର ପ୍ରତିଫଳନ କଲେଜିୟମ ବ୍ୟବସ୍ଥା ଅପାରଦର୍ଶୀ ଏବଂ ଉତ୍ତରଦାୟୀ ନୁହେଁ। ବିଚାରପତି ଏବଂ ଓକିଲମାନେ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସାରା ବିଶ୍ୱରେ ବିଚାରପତିମାନେ ବିଚାରପତି ନିଯୁକ୍ତି ଦେଉନାହାନ୍ତି। କିନ୍ତୁ ଭାରତରେ ବିଚାରପତିଙ୍କୁ ବିଚାରପତି  ନିଯୁକ୍ତି ଦେଉଛନ୍ତି। ବିଚାରପତିମାନଙ୍କୁ ନାମ ସୁପାରିସ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ଯଥେଷ୍ଟ ସମୟ ଦେବାକୁ ପଡ଼ିଥାଏ। ଏହି ପ୍ରକ୍ରିୟାରେ ଅନେକ ରାଜନୀତି ଜଡ଼ିତ ରହିଛି ବୋଲି ସେ କହିଛନ୍ତି।

ଅନ୍ୟ ଦେଶ ତୁଳନାରେ ଭାରତରେ ଯେତିକି କାମ ବିଚାରପତିମାନେ କରନ୍ତି, ସେତିକି କାମ ଦୁନିଆରେ ଆଉ କେଉଁଠି ନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯିବା ଦରକାର। ସେମାନଙ୍କୁ ସମୟର ଆବଶ୍ୟକତା ରହିଛି। ବିଚାରପତି ମାନେ ମଣିଷ, ମେସିନ୍ ନୁହଁନ୍ତି। ବିଚାରପତିମାନେ ଯେଉଁ କାମ କରିବେ ବୋଲି ଆଶା କରାଯାଉଛି, ସେଥିରେ ସାମିଲ ହେବା ଉଚିତ। ହୁଏତ ଏପରି ଶବ୍ଦ କଠୋର ଲାଗୁଥାଇପାରେ, କିନ୍ତୁ ଏ ଯାଏ କୌଣସି ବିଚାରପତି ଏପରି ଆଭିମୁଖ୍ୟକୁ ନେଇ ଆପତ୍ତି ଉଠାଇ ନାହାନ୍ତି। କି ଭୁଲ ଥିଲା ବୋଲି କେହି କହି ନାହାନ୍ତି।

ଆମେ ଏକ ଗଣତନ୍ତ୍ର ଏବଂ ଆମର ସାର୍ବଭୌମତ୍ୱ ଭାରତର ଲୋକମାନଙ୍କ ପାଖରେ ରହିଛି। ଲୋକମାନେ ସେମାନଙ୍କ ପ୍ରତିନିଧି ଚୟନ କରନ୍ତି ଯେଉଁମାନେ ଦେଶକୁ ଚଳାନ୍ତି।

ଏହି ମନ୍ତବ୍ୟ ଦେଉଥିବା ବେଳେ ଏହାକୁ ଆଉ ଟିକିଏ ବୁଝାଇବାକୁ ଯାଇ କହିଥିଲେ, ବିଚାରପତିମାନେ କଲେଜିୟମରେ ରହିଛନ୍ତି। ସେମାନେ ଯେଉଁମାନଙ୍କୁ ପଦୋନ୍ନତି ଦେଉଛନ୍ତି ସେମାନଙ୍କୁ ସେମାନେ ଜାଣିଛନ୍ତି। ହେଲେ ଏ ଦେଶରେ ଅନେକ ବିଚାରପତି ରହିଛନ୍ତି ଯେଉଁମାନେ ଦକ୍ଷ ରହିଛନ୍ତି କିନ୍ତୁ କଲେଜିୟମଙ୍କ ନଜରକୁ ଆସି ପାରୁନାହାନ୍ତି। ଏପରି ସ୍ଥିତିରେ ଯଦି କେନ୍ଦ୍ର ସରକାର କରିବେ ତାହେଲେ ଏଥିରେ ଆଉ କିଛି ଭଲ ହୋଇପାରିବ। କେନ୍ଦ୍ର ସରକାରଙ୍କ ପାଖରେ ଗୁଇନ୍ଦାଠୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା ରହିଛି ଯାହା ଦ୍ବାରା ଜଣଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗୁଇନ୍ଦା ହେଉ ଅବା ଅନ୍ୟାନ୍ୟ ରିପୋର୍ଟ ଆଧାରରେ ନିଯୁକ୍ତି ଦେଇ ହେବ।

Comments are closed.