Latest Odisha News

BREAKING NEWS

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏସପିଜି ସୁରକ୍ଷା ଭଳି ଏସଓପି ଚିନ୍ତା କରୁଛନ୍ତି ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ଜଣେ ଏଏସ୍ଆଇଙ୍କ ଦ୍ୱାରା ହତ୍ୟା ଘଟଣା କେବଳ ରାଜ୍ୟକୁ ସ୍ତବ୍ଧ କରିଦେଇନାହିଁ, ହାଇପ୍ରୋଫାଇଲ୍ ନେତାଙ୍କ ପାଇଁ ପ୍ରଚଳିତ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

BjdElectrycity

ନବ ଦାସ ହତ୍ୟାକାଣ୍ଡ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବା ବେଳେ ଓଡିଶା ଡିଜିପି ସୁନୀଲ ବଂଶଲ, ଗୁରୁବାର କହିଛନ୍ତି ଯେ ଏପରି ସମ୍ଭାବନା ବହୁତ କମ୍। ଏଭଳି ଘଟଣା ଘଟିବା ନେଇ କେହି ଚିନ୍ତା କିମ୍ବା ଅନୁମାନ କରିପାରିବେ ନାହିଁ। ଏହା କେବଳ ଶ୍ରୀଜଗନ୍ନାଥ ହିଁ ଜାଣନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡ ସେଭଳି ଏକ ହତ୍ୟାକାଣ୍ଡ ଥିଲା।

ଭବିଷ୍ୟତରେ ଏଭଳି ଘଟଣାକୁ କିପରି ରୋକା ଯାଇପାରିବ ଏବଂ ଜଣେ ନାଗରିକ ଓ ପୁଲିସ ଅଧିକାରୀ ଭାବେ ଆମର ପ୍ରତିକ୍ରିୟା କ’ଣ ରହିବା ଉଚିତ ତାହା ଉପରେ ଏବେ ଆମର ଫୋକସ୍ ରହିଛି ବୋଲି ଡିଜିପି କହିଛନ୍ତି।

ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ ବିଶେଷଜ୍ଞଙ୍କ ସହ ପ୍ରାଥମିକ ଆଲୋଚନା ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ (ଏସପିଜି) ଭଳି ଶୀର୍ଷ ସଂସ୍ଥା ସହ ଆଲୋଚନା କରାଯିବ, ଯାହା ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିକଟତର ସୁରକ୍ଷା ପ୍ରଦାନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି।

ଏସପିଜି ଦ୍ୱାରା ଅନୁସରଣ କରାଯାଉଥିବା ଏସଓପିକୁ ଓଡ଼ିଶାରେ ଏହାକୁ କେତେଦୂର ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ଆମେ ସମୀକ୍ଷା କରିବୁ। ଏଭଳି ବିଚାର ବିମର୍ଶରୁ କ’ଣ ନିଷ୍ପତି ଆସିବ ସେନେଇ ଆମେ ଆଲୋଚନା କରିବୁ ବୋଲି ବଂଶଲ କହିଛନ୍ତି।

 

Leave A Reply

Your email address will not be published.