Latest Odisha News

BREAKING NEWS

ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକେ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ଘଟିଛି । ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଥିବା ଗାଡି ମଧ୍ୟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଥିଲା । ଯାହା ଦୁର୍ଘଟଣା ପରେ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେଥିବା କୁକୁଡ଼ାକୁ ଲୋକେ ବୋହି ନେଇଥିଲେ ।

ସକାଳୁ ସକାଳୁ ଏପରି ଘଟଣା ଘଟିବା ସମୟରେ ପ୍ରାତଃଭ୍ରମଣରେ ଯାଇଥିବା ଲୋକମାନେ ଜମା ହୋଇଯାଇଥିଲେ । ଦୁର୍ଘଟଣା ଦେଖି ଲୋକଙ୍କୁ ସାହାର୍ଯ୍ୟ କରିବା ବଦଳରେ ପଡିଥିବା କୁକୁଡ଼ା ବୋହି ନେଇଥିଲେ । ଏପିରିକି ରାସ୍ତାରେ ଯାଉଥିବା ଲୋକ ମଧ୍ୟ ଗାଡି ଅଟକାଇ କୁକୁଡ଼ା ବୋହି ନେଇଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିରେ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାର କୁକୁଡ଼ା ଥିଲା । ତେବେ ମାଲିକଙ୍କୁ ବହୁ ପରିମାଣର କ୍ଷତି ହୋଇଥିବା ଜଣାଯାଇଛି ।

Comments are closed.