Latest Odisha News

BREAKING NEWS

ରାଜ୍ୟ ସଭାପତି ଚାପରେ ଏପରି ପ୍ରତିକ୍ରିୟା ରଖିଛନ୍ତି: କଳା ଟଙ୍କା ଜବତ ମାମଲାରେ ବିଜେପିକୁ ବିଜେଡିର କାଉଣ୍ଟର

ଭୁବନେଶ୍ୱର: ଆଇଟି ରେଡ ବେଳେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ରାଜ୍ୟ ବିଜେପି । ବିଜେପି ଏ ଟଙ୍କା ବିଜେଡିର ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ବିଜେଡି ଏହାର କଡା ଜବାବ ଦେଇଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ଟଙ୍କା ବିଜେଡିର ଏବଂ ଆଗାମୀ ନିର୍ବାଚନରେ ଭୋଟରଙ୍କୁ ବାଣ୍ଟିବା ପାଇଁ ଦଳ ପକ୍ଷରୁ ଗଚ୍ଛିତ ରଖାଯାଇଥିବା କହୁଥିବାବେଳେ ସାମଲଙ୍କୁ ଟାର୍ଗେଟ କରିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଲେନିନ ମହାନ୍ତି ଏହାକୁ କାଉଣ୍ଟର କରି କହିଛନ୍ତି,  ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ  ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି ।  ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ । ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ।  ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ହେଲେ ରାଜ୍ୟ ବିଜେପି ଏଠାରେ କଂଗ୍ରେସକୁ ଦାୟୀ ନ କରି ବିଜେପିକୁ ଦାୟୀ କରୁଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,  ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ  ।

ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି,   ‘ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା । ସେହିଭଳି କର୍ଣ୍ଣାଟକରେ ଯେତେବବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା । ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି । ମନମୋହନ ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି ?’

ମନମୋହନ ସାମଲ ଚାପରେ ଏପରି ବୟାନ ଦେଉଛନ୍ତି ଏବଂ  ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ  ଏହା ପଛରେ ରହିଥିବା ଲେନିନ ମହାନ୍ତି କହିଛନ୍ତି ।

Comments are closed.