Latest Odisha News

ଯୁବରାଜଙ୍କ ଅଭାବ ପୂରଣ ହୋଇପାରୁନି!

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ଅଭାବ ଏବେ ବି ଟିମ ଇଣ୍ଡିଆରେ ପରିଲକ୍ଷିତ ହେଉଛି । ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯୁବି ପରଠାରୁ ୪ ନମ୍ବର ସ୍ଥାନରେ ଆମେ ତାଙ୍କ ପରି ଖେଳାଳି ପାଇ ପାରି ନାହୁଁ । ଏବେ ବି ଏହି ସ୍ଥାନ ନେଇ ଅସ୍ଥିରତା ଲାଗି ରହିଛି । ଯୁବିଙ୍କ ବିଶ୍ୱକପ ପ୍ରଦର୍ଶନ ଭାରତକୁ ୨ଥର ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି । ସେ ସମୟରେ ତାଙ୍କ ଯୋଗଦାନ ଯେତେ ମନେ ପଡୁ ନ ଥିଲା ଏବେ ବାରମ୍ବାର ବିଫଳତା ପରେ ସମସ୍ତେ ତାଙ୍କ ପ୍ରଦର୍ଶନକୁ କିମ୍ବା ବିକଳ୍ପକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଯୁବି ୨୦୧୧ ବିଶ୍ୱକପରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ଭାରତ ପକ୍ଷରୁ ଓଭରାଲ ୩୦୪ ଦିନିକିଆ ଖେଳିଥିବା ଯୁବରାଜ କିନ୍ତୁ ୪ ନମ୍ବର ସ୍ଥାନରେ ୧୧୩ ମ୍ୟାଚ ଖେଳି ୩୩୮୪ ରନ କରିଥିଲେ । ସେ ଦିନିକିଆରେ ୮୭୦୧ ରନ କରିଛନ୍ତି ।

୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ସେ ଅବସର ନେଇଥିଲେ । ୨୦୧୯ ବିଶ୍ୱକପ ପରେ ଏହି ସ୍ଥାନରେ ଶ୍ରେୟାଶ ଆୟାର(୨୨ ମ୍ୟାଚ, ୮୦୫ ରନ), ରିଷଭ ପନ୍ତ(୧୧ ମ୍ୟାଚ ୩୬୦ରନ), କେଏଲ ରାହୁଲ( ୪ ମ୍ୟାଚ, ୧୮୯ ରନ), ଈଶାନ କିଶାନ(୬ ମ୍ୟାଚ, ୧୦୬ ରନ), ମନୀଷ ପାଣ୍ଡେ(୩ମ୍ୟାଚ ୭୪ ରନ), ସଞ୍ଜୁ ସାମସନ ( ଗୋଟିଏ ମ୍ୟାଚ, ୫୨ ରନ)ଓ ସୂର୍ଯ୍ୟକୁମାର ଯାଦବ ୬ ମ୍ୟାଚ ଖେଳି ୩୦ରନ କରିଛନ୍ତି । ଆଗାମୀ ବିଶ୍ୱକପ ଜିତିବାକୁ ହେଲେ ୪ ନମ୍ବର ସ୍ଥାନରେ ଯୁବରାଜଙ୍କ ପରି ପ୍ରଦର୍ଶନର ଆବଶ୍ୟକତା ରହିଛ । ଦେଖାଯାଉ ଏହି ଅଭାବ କେବେ ପୂରଣ ହେଉଛି ।

Comments are closed.