ଆଜିକାଲି ଲୋକମାନେ ଇଣ୍ଟରନେଟରେ ସେମାନଙ୍କର ସ୍ୱପ୍ନର ଜୀବନସାଥୀ ଖୋଜୁଛନ୍ତି । ଅନେକ ଲୋକ ସେମାନଙ୍କର ପ୍ରକୃତ ପରିଚୟ ଲୁଚାଇ କିମ୍ବା ଅନ୍ୟ କିଛି କହି ଇଣ୍ଟରନେଟ୍ରେ ସକ୍ରିୟ ଥାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନଲାଇନ୍ ଡେଟିଂ ଆପ୍ ବ୍ୟବହାର କ୍ଷେତ୍ରରେ ଭାରତ ଶ୍ରେଷ୍ଠ ୫ ଦେଶ ମଧ୍ୟରେ ଅଛି । ଯଦି ଆପଣ ମଧ୍ୟ ଇଣ୍ଟରନେଟରେ ସାଥୀ ଖୋଜୁଛନ୍ତି, ତେବେ ସତର୍କ ରୁହନ୍ତୁ । କାରଣ ଜଣେ ଯୁବକ ଏତେ ଗଭୀର ଆଘାତ ପାଇଲେ ଯେ ସେ ଏବେ ଗୁୁରୁତର ଅସୁସ୍ଥ ହୋଇପଡ଼ିଛନ୍ତିି । ସେ ଯାହାକୁ ତାଙ୍କର ‘ସ୍ୱପ୍ନର ଜୀବନସାଥୀ\’ ବୋଲି କହୁଥିଲେ, ଯେତେବେଳେ ସେ ବାସ୍ତବତା ଜାଣିବାକୁ ପାଇଲେ ଆଶ୍ଚର୍ଯ୍ୟ ହେଲେ । ଏବେ ଏହି ସୁନ୍ଦରୀ ଯୁବତୀର ଫଟୋ ଇଣ୍ଟରନେଟ୍ରେ ଘୂରି ବୁଲୁଛି ଓ ଲୋକଙ୍କୁ ଭୁଆଁ ବୁଲାଉଛି ।
ଏହି ଯୁବକ ଜଣକ ସୋସିଆଲ ମିଡ଼ିଆରେ ନିଜର କାହାଣୀ ସେୟାର କରିଛନ୍ତି । ସେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଇଣ୍ଟରନେଟରେ ନିଜର ସାଥୀ ଖୋଜୁଥିଲେ । ସେତେବେଳେ ଜଣେ ଝିଅକୁ ସ୍କୁଲ ପୋଷାକରେ ଦେଖିବାକୁ ପାଇଲେ । ସେ ବହୁତ ସୁନ୍ଦର ବି ଥିଲେ । ତାଙ୍କ ଚେହେରା ଦେଖି ସେ ଆକର୍ଷିତ ହୋଇ କଥାବାର୍ତ୍ତା କରିବାକୁ ଲାଗିଲେ । କିଛି ଦିନ ମଧ୍ୟରେ ତାଙ୍କ ଭିତରେ ବନ୍ଧୁତା ସୃଷ୍ଟି ହେବା ସହ ଉଭୟ ଉଭୟଙ୍କୁ ଭଲ ପାଇ ବସିଲେ । ଏହି ସମୟରେ ଯୁବତୀ ଜଣକ କିଛି ଅଶ୍ଳୀଳ ଚିତ୍ର ସେୟାର କରିବାକୁ କହିଲେ । ଏପରି ଶୁଣି ଯୁବକଙ୍କର ସନ୍ଦେହ ହେଲା । ଖୋଳତାଡ଼ କରିବା ପରେ ଜାଣିବାକୁ ପାଇଲେ ଯେ, ଅନେକ ଲୋକ ଏହି ଯୁବତୀ ବିଷୟରେ କହୁଛନ୍ତି । ସେମାନେ ସମାନ ଭାବରେ ଯୁବତୀଙ୍କ ନିକଟତର ହୋଇଥିଲେ । ଏହା ଶୁଣିବା ପରେ ଯୁବକ ଜଣକ ପୁରା ଭାଙ୍ଗି ପଡ଼ିଛନ୍ତି । ଏମିତି କି ଅସୁସ୍ଥ ବି ହୋଇପଡ଼ିଛନ୍ତି ।
ବାସ୍ତବରେ, ଏହା କୌଣସି ‘ଡ୍ରିମ୍ ଗାର୍ଲ’ ନୁହେଁ । ଏହା କ୍ଲାଉଡିଆ ନାମକ ଏକ ଚରିତ୍ର ଥିଲା, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସାହାଯ୍ୟରେ ପ୍ରସ୍ତୁତ କରାଯାଇଥିଲା । ସେ ଏତେ ସୁନ୍ଦର ଥିଲେ ଯେ ଲୋକମାନେ ତାଙ୍କୁ ଦେଖୁ ଦେଖୁ ଆକର୍ଷିତ ହୋଇ ପଡ଼ୁଥିଲେ । ଏହାକୁ କମ୍ପ୍ୟୁଟର ସାଇନ୍ସର ଦୁଇଜଣ ଛାତ୍ର ପ୍ରସ୍ତୁତ କରିଥିଲେ । ସେମାନେ ଦେଖିବାକୁ ଚାହୁଁଥିଲେ କି ଏପରି ଚିତ୍ର ଦେଖି ଲୋକମାନେ କିପରି ବୋକା ବନି ପାରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଚରିତ୍ରଟି ଅନେକ ଲୋକଙ୍କଠାରୁ ବହୁତ ଟଙ୍କା ବି ଆଦାୟ କରିଛି । କ୍ଲାଉଡିଆକୁ ଷ୍ଟେବଲ ଡିଫ୍ୟୁଜନ୍ ଦ୍ୱାରା ସୃଷ୍ଟି କରାଯାଇଥିଲା । ଏହା ଏକ ଏଆଇ ପ୍ରୋଗ୍ରାମ୍ ଆପଣ ଯେମିତି ଚାହିଁବେ ସେମିତି ଫଟୋ କରିପାରିବେ ।
Comments are closed.