Latest Odisha News

BREAKING NEWS

କଟକରୁ ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

କଟକ : କଟକରୁ ପୁଣି ଜବତ ହେଲା ଧଳା ଜହର । ପ୍ରାୟ ୧ କେଜି ୩୮ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସ୍ । ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, କଟକ ଧବଳେଶ୍ବରରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ନିକଟରୁ ଏହି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ କୋଲକାତାରୁ ବ୍ରାଉନ ସୁଗାର ଆଣି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିକ୍ରି କରୁଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ମୋଟର ସାଇକେଲ, ୪ଟି ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ଏହା ପୂର୍ବରୁ ମଧ୍ୟ କଟକରୁ ଜବତ ହୋଇଥିଲା ବ୍ରାଉନ ସୁଗାର । ତେବେ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଏଯାଏଁ ୨୭ ଜଣଙ୍କୁ ଗିରଫ କରିବାରେ କମିଶନରେଟ ପୋଲିସ ସଫଳ ହୋଇଛି ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.