Latest Odisha News

BREAKING NEWS

କେନ୍ଦ୍ର ସରକାର ସବୁ ବୟସ ବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ: ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ 

ନୂଆଦିଲ୍ଲୀ: ଟିକାକରଣ ଉପରୁ ବୟସ କଟକଣା ହଟାଯାଉ । କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ । ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା କାରଣରୁ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

କେନ୍ଦ୍ର ସରକାର ସବୁ ବୟସ ବର୍ଗଙ୍କ ନିମନ୍ତେ ଟିକାକରଣ ପାଇଁ ଅନୁମତି ଦେବା ଦରକାର । କୋଭିଡ୍‌-୧୯ ଟିକା ନେବା ନିମନ୍ତେ ବୟସ କଟକଣା ଉଠାଇବା ପ୍ରସଙ୍ଗରେ ମୁଁ ଅନେକ ଥର କେନ୍ଦ୍ର ସରକାରଙ୍କୁ କହିଛି । ୪୫ରୁ କମ୍‌ ବର୍ଷ ବୟସର ଲୋକମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି । ଦିଲ୍ଲୀର ୬୫% ଆକ୍ରାନ୍ତ ହେଉଛନ୍ତି ୪୫ ବର୍ଷରୁ କମ୍‌ ବୟସର ବ୍ୟକ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବାର ଉଦ୍ଦେଶ୍ୟ ନାହିଁ । ମହାମାରୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସମାଧାନର ବାଟ ନୁହେଁ । ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୭୮୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୯ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.