Latest Odisha News

ବେଙ୍ଗଲ ହିଂସାକୁ ନେଇ ଆସୁଛି ଦି ଦିଲ୍ଲୀ ଫାଇଲ୍ସ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଫିଲ୍ମ ଦି ଦିଲ୍ଲୀ ଫାଇଲ୍ସକୁ ନେଇ ବ୍ୟସ୍ତ ଅଛନ୍ତି । ବେଙ୍ଗଲ ହିଂସା ଉପରେ ଏହି ଫିଲ୍ମ ଆଧାରିତ । ନିକଟରେ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲୀ ଜିନ୍ନାଙ୍କ ଭୂମିକା ପାଇଁ ସେ ପ୍ୟାନ ଇଣ୍ଡିଆ କଳାକାର ଚୟନ କରିଛନ୍ତି । ଭାରତର ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ହିଂସା ବେଙ୍ଗଲରେ ହୋଇଛି । ଏହି ରାଜ୍ୟର ଦୁଇ ଥର ବିଭାଜନ ହୋଇଛି । ସ୍ୱାଧୀନତା ପୂର୍ବରୁ ଏବଂ ପରେ ଏଠାରେ ଅନେକ ହିଂସାକାଣ୍ଡ ଘଟିଛି । ଏ ଭଳି ଏକ ଚ୍ୟାପ୍ଟର ଉପରେ ସେ ଫିଲ୍ମ କରିଛନ୍ତି । ଏ ନେଇ ସେ ଅନେକ ଗବେଷଣା ମଧ୍ୟ କରିଛନ୍ତି । ବିଶ୍ୱର ବଡ ବଡ ଲାଇବ୍ରେରୀଠାରୁ ଆରମ୍ଭ କରି ଅନେକ ସ୍ଥାନରେ ସେ ନିଜେ ଯାଇ ତଥ୍ୟ ସଂଗ୍ରହ କରିବା ପରେ କାହାଣୀ ଲେଖିଛନ୍ତି ।

କଶ୍ମୀର ଫାଇଲ୍ସ ସଫଳତା ପରେ ପ୍ରୋଲିଫିକ ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ପୂନର୍ବାର ବିବେକଙ୍କ ସହ ଏକତ୍ର କାମ କରୁଛନ୍ତି । ଦି ଭ୍ୟାକ୍ସିନ ୱାରର ବିଫଳତା ପରେ ବିବେକ ଏହି ଫିଲ୍ମ ଉପରେ ଅଧିକ ମନୋନିବେଶ କରିଛନ୍ତି । ଫିଲ୍ମ ରିଲିଜ ନ କରିବା ପାଇଁ ଏବେଠାରୁ ତାଙ୍କ ଉପରେ ଚାପ ପଡିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.