Latest Odisha News

ଅକ୍ସିଜେନ ମକ୍ ଡ୍ରିଲରେ ୨୨ ମୃତ; ସିଲ୍ ହେଲା ପାରସ୍ ହସ୍ପିଟାଲ

ଆଗ୍ରା: ଅକ୍ସିଜେନ ମକ୍ ଡ୍ରିଲ୍ ସମୟରେ ଆଗ୍ରାର ଏକ ଡାକ୍ତରଖାନାରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଆଗ୍ରାର ପାରସ୍ ହସ୍ପିଟାଲକୁ ସିଲ୍ କରାଯାଇଛି।

ସୂଚନା ଅନୁଯାୟୀ, ମହାମାରୀ ଅଧିନିୟମ ଅନୁସାରେ ମେଡିକାଲ ସଞ୍ଚାଳକ ଡ. ଅରିଞ୍ଜୟ ଜୈନଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ କରାଯାଇଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ପାରାସ ହସ୍ପିଟାଲର ମାଲିକ ଅରିଞ୍ଜୟ ଜୈନ। ବ୍ୟକ୍ତି ଜଣକ କହିଛନ୍ତି ଯେ ଡାକ୍ତରଖାନା ଅମ୍ଳଜାନ ଅଭାବକୁ ଭୟ କରୁଥିଲା ଏବଂ କିଏ ଗୁରୁତର ଅଛନ୍ତି ତାହା ଜାଣିବା ପାଇଁ ଏକ ମକ୍ ଡ୍ରିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.