Latest Odisha News

BREAKING NEWS

ମୋଗଲଙ୍କ ଆଡ୍ଡାସ୍ଥଳ ପାଲଟିଥିବା ସ୍ଥାନ ଏବେ ପାଲଟିଛି ମିନା ବଜାର, ଜାଣନ୍ତୁ ଏହାର ଇତିହାସ …

ଆଗ୍ରା: ଆଗ୍ରାର ମିନା ବଜାର ହେଉଛି ଏମିତି ଏକ ବଜାର ଯାହା ଏକଦା ମୋଗଲ ଶାସକ ମାନଙ୍କ ବିଳାସର ସ୍ଥାନ ଥିଲା । ମୋଗଲ ସାମ୍ରାଜ୍ୟ ସହିତ ଜଡିତ ବ୍ୟକ୍ତି ଓ ରାଜକୀୟ ପରିବାରର ଲୋକେ ଏଠାରେ ବାଣିଜ୍ୟର ପସରା ମେଲାଉଥିଲେ । ରାଜପୁତ ରାଣୀ ଏବଂ ବଡ଼ ବଡ଼ ହସ୍ତୀ ମାନେ ଏହି ବଜାରରୁ ସେମାନଙ୍କ ପସନ୍ଦର ସାମଗ୍ରୀ କିଣିନେଉଥିଲେ । ସାଧାରଣ ବଜାରରେ ମିଳୁଥିବା ଦ୍ରବ୍ୟର ଦାମ ଠାରୁ ଢେର ଅଧିକ ଦାମରେ ଏଠାରେ ଦ୍ରବ୍ୟ ଗୁଡିକ ବିକ୍ରି ହେଉଥିଲା । ସେ ବାବଦରୁ ମିଳୁଥିବା ଅତିରିକ୍ତ ଲାଭାଂଶ ଗରିବଙ୍କ କଲ୍ୟାଣରେ ବିନିଯୋଗ ହେଉଥିଲା ।

ଆଗ୍ରାରେ ଥିବା ଏହି ବଜାର ଆକବର ନିର୍ମାଣ କରିଥିବା ନେଇ ଅନେକେ କହିଥାନ୍ତି । କିନ୍ତୁ ଏହା ସତ୍ୟ ନୁହଁ । ପ୍ରକୃତରେ ଏହାକୁ ହ୍ୟୁମାୟୁନ ନିର୍ମାଣ କରିଥିଲେ । ହ୍ୟୁମାୟୁନଙ୍କ ସମୟରେ ଏହା ଯେଭଳି ପ୍ରସିଦ୍ଧି ପାଇଥିଲା ତାଠାରୁ ଢେର ଅଧିକ ପ୍ରସିଦ୍ଧି ଆକବର ଏହାକୁ ଦେଇଥିଲେ । ତେଣୁ କିଛି ଲୋକ ଏହାକୁ ଆକବର ନିର୍ମାଣ କରିଥିବା କଥା କୁହନ୍ତି l କୁହାଯାଏ ସାହାଜାହାନ ଏଠାରେ ମମତାଜଙ୍କ ସହିତ ସାକ୍ଷାତ କରୁଥିଲେ । ଆଗ୍ରାର ଦୁର୍ଗ ଭିତରେ ଆରମ୍ଭ ହୋଇଥିବା ଏହି ମିନା ବଜାର ସେନାବାହିନୀର ନିୟନ୍ତ୍ରଣରେ ଥିବା ବେଳେ ରାଜକୀୟ ପରିବାରର ବଜାର ଭାବେ ଏହାକୁ ବ୍ୟବହାର କରାଯାଉଥିଲା । ବିଭିନ୍ନ ଅଂଚଳର ସୌଖିନ ସାମଗ୍ରୀ ଏହି ବଜାରରେ ଚଢା ଦାମରେ ବିକ୍ରି ହେଉଥିଲା ।

ମୋଗଲ ଶାସକ ଓ ସାମ୍ରାଜ୍ୟର ଅସ୍ତ ହୋଇଛି କିନ୍ତୁ ରହିଯାଇଛି ମିନା ବଜାର । ତାଜମହଲର ଅନତି ଦୂରରେ ଅବସ୍ଥିତ ଏହି ବଜାରରେ ଏବେ ଶସ୍ତାରେ ବିଭିନ୍ନ ପ୍ରକାର ପୋଷାକ ବିକ୍ରି ହେଉଛି । ଐତିହ୍ୟ ସମ୍ପର୍ଣ୍ଣ ଏହି ବଜାର ଏବେ ବି ଧରି ରଖିଛି ତାହାର ଆକର୍ଷଣ । ଆଗ୍ରା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଗନ୍ତବ୍ୟ ସ୍ଥାନ ସୂଚୀରେ ଯୋଡି ହୋଇଛି ମିନା ବଜାର । ଆପଣ ଏଠାକୁ ଆସୁଥିଲେ ମିନବଜାର ନିଶ୍ଚିତ ଆସନ୍ତୁ ଓ ମୋଗଲ ସମୟର ଏକ ବଜାରର ନୂଆ ରୂପ ଓ ବିଭବ ଦେଖି ଅନୁଭୂତି ନେଇ ଫେରନ୍ତୁ ।

Leave A Reply

Your email address will not be published.