ନୟାଗଡ଼: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ସ୍ଥିତ ଦଳୀୟ କାର୍ଯ୍ୟାଳୟ ନିକଟରେ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି ।
ଏପରିକି ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ କରୋନା ମହାମାରୀ କାରଣରୁ ଏହାକୁ ସରକାରୀ ଭାବେ ପାଳନ ନକରି ଆଜି କୃଷି ମନ୍ତ୍ରୀ ବ୍ୟକ୍ତିଗତଭାବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ।
“ଏହି ଦିବସରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ” ବୋଲି କୃଷି ମନ୍ତ୍ରୀ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବର୍ଷର ପାଣିପାଗ, ଚାଷ ଅନୁକୂଳ ପାଇଁ ଭଲ ରହିଛି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକ୍ଡାଉନ୍କୁ କୃଷି କାର୍ଯ୍ୟ ନିମନ୍ତେ କୋହଳ କରିଛନ୍ତି ।
ଏହାବ୍ୟତୀତ କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଅକ୍ଷୟ ତୃତୀୟା ହେଉଛି ଏକ କୃଷି ଭିତ୍ତ୍ଖଳ ପର୍ବ । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ ।
Comments are closed.