Latest Odisha News

BREAKING NEWS

ତିନି ରଥକୁ ବିଜେ କଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ରଥ ପଥ ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ ଅଛି । ତା ପୂର୍ବରୁ ଆଜି ଶ୍ରୀଜିଉଙ୍କ ଆଜ୍ଞାମାଳ ତିନି ରଥକୁ ବିଜେ କରିଛି । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସମ୍ପନ୍ନ ପରେ ଅନୁଷ୍ଠିତ ହୋଇଛି ଆଜ୍ଞାମାଳ ବିଜେ ନୀତି ।

ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହେବ । ଏହାପରେ ତିନି ରଥକୁ ସିଂହଦ୍ୱାର ଚକଡାକୁ ଅଣାଯିବ । ରଥ ନିର୍ମାଣ କାମ ବି ନିର୍ଦ୍ଧାରିତ ସମୟ ଭିତରେ ସରିଛି । ଏବେ କେବଳ କାଲିକୁ ଅପେକ୍ଷା । କେତେବେଳେ ଟାହିଆ ହଲାଇ ବଡ଼ଦେଳକୁ ପତିତ ଉଦ୍ଧାର ପାଇଁ ବାହାରି ଆସିବେ ଚତୁର୍ଦ୍ଧାମୂର୍ତ୍ତି । ସାରା ଜଗତ ଦେଖିବ ଲୀଳାମୟ ଠାକୁରଙ୍କ ଏହି ଅପୂର୍ବ ଯାତ୍ରା ।

କରୋନା ଯୋଗୁ ଏବର୍ଷ ବିନା ଭକ୍ତରେ ରଥଯାତ୍ରା ପାଇଁ ବ୍ୟାପକ ଆୟୋଜନ ଓ ପ୍ରସ୍ତୁତି କରାଯାଇଛି । ମୁତୟନ ରହିବେ 85 ପ୍ଲାଟୁନ୍ ଫୋର୍ସ । ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ସହରର ମୁଖ୍ୟ ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି । ଆଜି ରାତି 8ଟାରୁ ପୁରୀର ସହରରେ ଜାରି ହେବ ୪୮ ଘଣ୍ଟିଆ କର୍ଫ୍ୟୁ । ପୋଲିସ ଛାଉଣୀରେ ରହିବ ପୁରୀ ।

Leave A Reply

Your email address will not be published.