Latest Odisha News

BREAKING NEWS

ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର

ମୁମ୍ବାଇ: ଫିଲ୍ମମେକର ଅଲୀ ଅବାସ ଜାଫର ତାଙ୍କ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କରିଦେଇଛି । ଫିଲ୍ମର ଟାଇଟଲ ରଖାଯାଇ ନାହିଁ । ୟଶ ରାଜ ବ୍ୟାନର ତଳେ ନିର୍ମିତ ହେଉଥିବା ଏହି ଫିଲ୍ମରେ ସୈୟାରା ଫେମ ଅହାନ ଫାଣ୍ଡେ ଅଭିନୟ କରୁଛନ୍ତି । ଶରବରୀ ବାଘ, ଐଶ୍ଚର୍ଯ୍ୟ ଠାକରେ ଓ ବବି ଦେଓଲ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି । ଫିଲ୍ମରେ ଆକ୍ସନ ଓ ରୋମାନ୍ସ ଭରି ରହିଛି । ଆଦିତ୍ୟ ଚୋପ୍ରା ଓ ଅଲୀ ଆବାସଙ୍କ ଏହା ୫ମ ଫିଲ୍ମ ହେବ । ମେରେ ବ୍ରଦର୍ସ କି ଦୁହ୍ଲନ, ଗୁଣ୍ଡେ, ସୁଲତାନ ଓ ଟାଇଗର ଜିନ୍ଦା ହେରେ ଉଭୟ ଏକତ୍ର କାମ କରିଛନ୍ତି ।

ସୈୟାରା ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ପରେ ଜେନ ଜେଡର ପ୍ରଥମ ପସନ୍ଦ ଅହାନ ରହିଛନ୍ତି । ଅପରପକ୍ଷରେ ଶରବରୀ ମୁଁଜ୍ୟା ଫିଲ୍ମ ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଉଭୟ ଯୋଡି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ମେକର୍ସ ଏବଂ ନିର୍ଦ୍ଦେଶକଙ୍କ ପକ୍ଷରୁ ଦୃଢ଼ ଆଶା ପୋଷଣ କରାଯାଇଛି ।

Leave A Reply

Your email address will not be published.