Latest Odisha News

BREAKING NEWS

ସାଜିଦଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଆହାନ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ତଡପରେ ଧମାକାଦାର ଷ୍ଟାଇଲରେ ବଲିଉଡରେ ପାଦ ଥାପିଥିଲେ ସୁନୀଲ ସେଟ୍ଟୀଙ୍କ ପୁତ୍ର ଆହାନ । ତେଲୁଗୁ ଫିଲ୍ମ ଆରଏକ୍ସ ୧୦୦ର ହିନ୍ଦର ରିମେକ ତଡପ ବ୍ୟବସାୟୀ ଦୃଷ୍ଟିକୋଣରୁ ସେତେଟା ବଡ ହିଟ ହୋଇ ନ ଥିଲେ ମଧ୍ୟ ଆହାନ ପ୍ରଭାବିତ କରିଥିଲେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସାଜିଦ ତାଙ୍କ ଆଗାମୀ ଫିଲ୍ମରେ ଆହାନଙ୍କୁ ନେବେ ବୋଲି ଘୋଷଣା କରି ସାରିଛନ୍ତି ।

ପୂର୍ବରୁ ଟାଇଗର ଶ୍ରଫଙ୍କ ବଲିଉଡ କ୍ୟାରିୟରରେ ସାଜିଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଆହାନଙ୍କୁ ସେ ଏକ ଆକ୍ସନ ରୋମାନ୍ସ ହୀରୋ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି । ଫିଲ୍ମର ଟାଇଟଲ ଏବଂ ଅନ୍ୟ କଳାକାରଙ୍କ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସାଜିଦ କହିଛନ୍ତି ।

Comments are closed.