Latest Odisha News

ମହିଳାଙ୍କ ବେଶରେ ଗରବା ଖେଳନ୍ତି ଏଠାକାର ପୁରୁଷ, ଜାଣନ୍ତୁ ଏହା ପଛର କାରଣ

ଅହମଦାବାଦ: ଆଜିଠାରୁ ଆରମ୍ଭ ହୋଇଛି ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ l ଏଥିପାଇଁ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି l ୯ ଦିନ ଧରି ଭିନ୍ନ ଶକ୍ତିପୀଠ ସହ ପୂଜା ପେଣ୍ଡାଲରେ ମାଙ୍କୁ କରାଯିବ ଆରାଧନା l ଭକ୍ତଙ୍କୁ ଦର୍ଶନ ଦେବେ ମା ଦଶଭୁଜା l ସେଥିପାଇଁ ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ଆୟୋଜନ କରାଯାଉଛି l କେଉଁଠାରେ ଦାଣ୍ଡିଆ ପ୍ରତିଯୋଗିତା କରାଯାଉଛି ତ କେଉଁଠାରେ ମାଙ୍କ ଆରାଧନା ପାଇଁ ଜାଗରଣ କରାଯାଉଛି l ସେସାନୁ ସ୍ଥାନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟ ହେଉଛି l ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ନବରାତ୍ରୀ ପାଳନ କରାଯାଏ l

ଗୁଜୁରାଟରେ ନବରାତ୍ରି ସମୟରେ ମୁଖ୍ୟତଃ ଗରବା ଖେଳାଯାଏ l ଏହି ଗରବା ଖେଳ ବର୍ତ୍ତମାନ କେବଳ ଗୁଜୁରାଟରେ ନୁହେଁ ବରଂ ସାରା ଦେଶରେ ଖେଳାଯାଉଛି l ସାଧାରଣତଃ ପୁରୁଷ ଏବଂ ମହିଳା ମାନେ ମିଶି ନବରାତ୍ରି ପେଣ୍ଡାଲରେ ଗରବା ନୃତ୍ୟ କରିଥାନ୍ତି l ନଚେତ ମହିଳା-ମହିଳା, ପୁରୁଷ-ପୁରୁଷଙ୍କ ମଧ୍ୟରେ ଖେଳ ହୋଇଥାଏ l କିନ୍ତୁ ଗୁଜୁରାଟ ଏପରି ଏକ ରାଜ୍ୟ ଯେଉଁଠାରେ ଯେଉଁଠାରେ ପୁରୁଷମାନେ ମହିଳାଙ୍କ ବେଶ ଧାରଣା କରି ଗରବା ଖେଳିଥାନ୍ତି l ମହିଳାଙ୍କ ପରି ଶାଢ଼ୀ, ବ୍ଲାଉଜ, ଲେହେଙ୍ଗା ଆଦି ପିନ୍ଧି ପୁରୁଷମାନେ ପେଣ୍ଡାଲରେ ମହିଳାଙ୍କ ସହ ଗରବା ନୃତ୍ୟ କରନ୍ତି l ଗୁଜୁରାଟର ସାହାପୁରରେ ପ୍ରାୟତଃ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ l

ଗୁଜୁରାଟ ରାଜଧାନୀ ଅହମଦାବାଦର ସାହାପୁର ଅଞ୍ଚଳର ସାଧୁ ମାତା ଗଳି ଏବଂ ଅମ୍ବେ ମାତା ମନ୍ଦିରରେ ନବରାତ୍ରି ସମୟରେ ବଦୌତା ସମ୍ପ୍ରଦାୟର ପୁରୁଷ ମାନେ ମହିଳାଙ୍କ ବେଶ ଧାରଣା କରି ଗରବା ଖେଳିଥାନ୍ତି l ତେବେ ନବରାତ୍ରୀରେ ସବୁ ଦିନ ମାନଙ୍କରେ ପୁରୁଷ ମାନେ ଏପରି ବେଶ ଧାରଣ କରିନଥାନ୍ତି l ନବରାତ୍ରୀର କେବଳ ଅଷ୍ଟମ ଦିନରେ, ସେହି ଅଞ୍ଚଳର ସମସ୍ତ ପୁରୁଷମାନେ ମହିଳାଙ୍କ ପରି ପୋଷାକ, ଗହଣା ଆଦି ପିନ୍ଧି ଗରବା ଖେଳିବାକୁ ଆସନ୍ତି l ସେମାନଙ୍କୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକମାନେ ସେହି ଅଂଚଳକୁ ଆସନ୍ତି l

ବିଶେଷଜ୍ଞଙ୍କ କହିବାନୁସାରେ ଏହି ପରମ୍ପରା ଏଠାରେ ପ୍ରାୟ ୨୦୦ ବର୍ଷ ଧରି ଚାଲିଆସୁଛି। ଏହା ପଛର ଏକ କାହାଣୀ ରହିଛି l କୁହାଯାଏ ଯେ, ବଦୌତା ସମ୍ପ୍ରଦାୟର ପୁରୁଷମାନେ ସାଦୁବା ନାମକ ଜଣେ ମହିଳାଙ୍କ ଦ୍ୱାରା ଅଭିଶାପ ପାଇଥିଲେ। ଏହି ଅଭିଶାପକୁ ଏଡାଇବା ପାଇଁ, ସେମାନେ ନବରାତ୍ରୀ ସମୟରେ ମହିଳାଙ୍କ ବେଶରେ ଗରବା ଖେଳନ୍ତି l ଏହାକୁ ଶେରି ଗରବା କୁହାଯାଏ l ଏହା କେବଳ ନବରାତ୍ରୀର ଅଷ୍ଟମ ଦିନରେ କରାଯାଇଥାଏ l ଏହି ସମ୍ପ୍ରଦାୟ ସହିତ ଜଡିତ ଲୋକମାନେ ବିଶ୍ୱାସ କରନ୍ତି ଯେ, ଏହା କରିବା ଦ୍ୱାରା ସେମାନଙ୍କ ସମ୍ପ୍ରଦାୟକୁ କୌଣସି ଅସୁବିଧା ଆସେ ନାହିଁ l

Leave A Reply

Your email address will not be published.