ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା ମାଂଚେଷ୍ଟରରେ ଖେଳାଯାଉଛି । ଏହି ମ୍ୟାଚରେ ରୋଡ ଟକର ଓ ଏହାସନ ରାଜା ଫିଲ୍ଡ ଅମ୍ପାୟରିଂ ଦାୟିିତ୍ୱ ତୁଲାଉଛନ୍ତି । ଶ୍ରୀଲଙ୍କାର କୁମାର ଧର୍ମସେନା ତୃତୀୟ ଅମ୍ପାୟର ଓ ଜ୍ୟେଫ କ୍ରୋ ମ୍ୟାଚ ରେଫରୀ ରହିଛନ୍ତି । ଭାରତ ମ୍ୟାଚରେ ପାକିସ୍ତାନର ଏହଶାନ ଅମ୍ପାୟରିଂ କରିବା ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଅବଶ୍ୟ ଏହି ଆଲୋଚନା ନକାରାତ୍ମକ ଦିଗ ନେଇ ହେଉନି । ୨୦୦୯ ମାର୍ଚ୍ଚ ୩ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଏହଶାନଙ୍କ ଶରୀରରେ ୨ଟି ଗୁଳି ବାଜିଥିଲା ।
ଲାହୋର ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ୨୦୧୦ରୁ ଏହଶାନ ଆନ୍ତର୍ଜାତୀୟ କ୍ରିକେଟରେ ଅମ୍ପାୟରିଂ କରୁଛନ୍ତି । ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅମ୍ପାୟର ଭାବେ ସେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ଅମ୍ପାୟରିଂ କରିଛନ୍ତି । ୨୦୨୩ ବିଶ୍ୱକପ ଓ ୨୦୨୪ ଟି୨୦ ବିଶ୍ୱକପରେ ମଧ୍ୟ ଅମ୍ପାୟର ଦାୟିତ୍ୱ ତୁଲାଇଛନ୍ତି । ୨୦୨୩ରେ ସେ ଆଇସିସି ଏଲିଟ ପ୍ୟାନେଲରେ ସାମିଲ ହୋଇଥିଲେ ।
Comments are closed.