Latest Odisha News

ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ: ଶ୍ରମ ମନ୍ତ୍ରୀ

ନୂଆଦିଲ୍ଲୀ: ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ। ଶ୍ରମ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପାର୍ଲିଆମେଣ୍ଟରେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (AI) ପାଇଁ ଭାରତରେ କେହି ଚାକିରି ହରାଇବେ ନାହିଁ। ବରଂ AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ।

ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଉଠାଇଥିବା ପ୍ରଶ୍ନରେ ମାଣ୍ଡଭିଆ ଏଭଳି କହିଛନ୍ତି।

ପଶ୍ଚିମବଙ୍ଗରେ ରୋଜଗାର ଉପରେ AI ର ସମ୍ଭାବ୍ୟ ପ୍ରଭାବ ଉପରେ ବାନାର୍ଜୀ ପ୍ରଶ୍ନ କରିଥିଲେ। ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଯେତେବେଳେ ଇଣ୍ଟରନେଟ୍ ପ୍ରଥମେ ଆରମ୍ଭ ହେଲା, ଲୋକମାନେ ଚାକିରି ହରାଇବା ନେଇ ଚିନ୍ତିତ ଥିଲେ। କମ୍ପ୍ୟୁଟର ବ୍ୟବହାର ହେବାପରେ ସମାନ ଚିନ୍ତାଧାରା ରହିଥିଲା। ତଥାପି ସମୟ ସହିତ ଶେଷରେ ଅଧିକ ଚାକିରିର ସୁଯୋଗ ସୃଷ୍ଟି କଲା। ସେହିପରି AIକୁ ନେଇ ମଧ୍ଯ ସମାନ ପ୍ରଭାବ ପଡ଼ିବ।

Comments are closed.