ଭୁବନେଶ୍ୱର: ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର । ନୂଆ ପିସିସି ସଭାପତି ନିଯୁକ୍ତ ପରେ ଏବେ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇଛି। ଅଜୟ କୁମାର ଲଲ୍ଲୁ ହୋଇଛନ୍ତି ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅଜୟ ଲଲ୍ଲୁ ଉତ୍ତରପ୍ରଦେଶର ବଡ଼ ନେତା । କଂଗ୍ରେସ ବିଧାୟକ ଓ ୟୁପିର ପିସିସି ସଭାପତି ଥିଲେ।
ସେହିପରି ଆଜି ନୂଆକରି ଓଡ଼ିଶା କଂଗ୍ରେସର ମଙ୍ଗ ଧରିଥିୂବା ଭକ୍ତ ଦାସ ଆସୁ ଆସୁ ଦ୍ୱାର ଖୋଲିଦେଇଛନ୍ତି । ସବୁ ନେତାଙ୍କ ଉପରୁ ହଟାଇଛନ୍ତି ବହିଷ୍କାର ଓ ନିଲମ୍ବନ ନିର୍ଦ୍ଦେଶ । ପୁରୁଣା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ଭକ୍ତ । ଅନ୍ୟପଟେ ଆସନ୍ତା ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେଉଛି । ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଥାଉକି, ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, ‘କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।
Comments are closed.