Latest Odisha News

କୋରାପୁଟ କଂଗ୍ରେସ ମୁଖିଆ ପଦରୁ ହଟିଲେ ତାରାଙ୍କ ପତ୍ନୀ ମିନାକ୍ଷୀ, ତେଜିଲା କନ୍ଦଳ!

କୋରାପୁଟ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶାରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି କରିଛି। ଏହି ଅଦଳବଦଳ କ୍ରମରେ କୋରାପୁଟ ଜିଲ୍ଲାର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ମୁଖିଆ ପଦରୁ ହଟାଇ ଦିଆଯାଇଛି।

ମିନାକ୍ଷୀ ବାହିନୀପତିଙ୍କ ପରେ କୋରାପୁଟ ଜିଲ୍ଲାର ନୂଆ ସଭାପତି ଭାବେ ଦୁର୍ଗାଶଙ୍କର ସାହୁଙ୍କ ନାମ ଘୋଷଣା କରିଛି କଂଗ୍ରେସ। ମିନାକ୍ଷୀଙ୍କୁ ପଦରୁ ହଟାଇ ଜିଲ୍ଲା କଂଗ୍ରେସକୁ ନୂଆ ବର୍ତ୍ତା ଯାହା ଦଳକୁ ଆହୁରି ମଜବୁତ କରିବାକୁ କଂଗ୍ରେସ ବାର୍ତ୍ତା ଦେବାକୁ ପ୍ରୟାସ କରିଛି। କିନ୍ତୁ ମିନାକ୍ଷୀଙ୍କର କୋରାପୁଟରେ ନିଜସ୍ୱ ଏକ ପତିଆରା ରହିଛି। ତାଙ୍କୁ ହଟାଯିବା ପରେ ସେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ସହ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟୀ କରିଛନ୍ତି।

ଆନୁଷ୍ଠାନିକ ସୂଚନା ମିଳିବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି। ସେ କହିଛନ୍ତି, ମୋର ବିଶ୍ୱାସ ଯେ, ମୋତେ ହଟାଇବା ପାଇଁ କୋରାପୁଟ ସାଂସଦ ଦାୟୀ। ସେ ଦିଲ୍ଲୀରେ ଥିବାରୁ କୋରାପୁଟ ସମ୍ପର୍କରେ ସଚେତନତାର ଅଭାବ ରହିଛି। ଉଚ୍ଚ ସ୍ତରରେ ଥିବାରୁ ସେ ଜିଲ୍ଲାର କଂଗ୍ରେସ କର୍ମୀଙ୍କ ତୃଣମୂଳ ବାସ୍ତବତାରୁ ବିଛିନ୍ନ ହୋଇଯାଇଛନ୍ତି। ଯଦି ସେ ପ୍ରକୃତ ସ୍ଥିତି ବିଷୟରେ ଜାଣିଥାନ୍ତେ, ତେବେ ସେ କଂଗ୍ରେସ ଦଳରେ ବିଭାଜନ ଘଟାଇ ନଥାନ୍ତେ ବୋଲି ମିନାକ୍ଷୀ କହିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ଉଲାକା ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

କଂଗ୍ରେସର କୋରାପୁଟ ୟୁନିଟ୍ ଭିତରେ ଆଭ୍ୟନ୍ତରୀଣ କନ୍ଦଳର ଖବର କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନୂଆ ନିଯୁକ୍ତି ପରେ ଚାରି ଚାରି ଥର ଜୟପୁର ବିଧାୟକ ଥିବା ତାରା ଓ ନବନିର୍ବାଚିତ କୋରାପୁଟ ସାଂସଦ ଉଲାକାଙ୍କ ମଧ୍ୟରେ ପୁଣି କନ୍ଦଳ ତେଜିଛି।

Comments are closed.