Latest Odisha News

ୟାସିରଙ୍କ ସ୍ଥାନରେ ଉଦିତ୍ ହେଲେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି

ନୂଆଦିଲ୍ଲୀ: ଏନଏସୟୁଆଇ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ମୋହର ଲଗାଇଛି ଏଆଇସିସି । ଛାତ୍ର କଂଗ୍ରେସକୁ ମିଳିଛି ନୂଆ ସଭାପତି । ଆଜି ଏଆଇସିସି ୯ ରାଜ୍ୟ ପାଇଁ ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରିଛି । ବଦଳିଛନ୍ତି ଓଡିଶା ଛାତ୍ର କଂଗ୍ରେସ ସଭାପତି । ଉଦିତ ପ୍ରଧାନଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି କରାଯାଇଛି । ୟାସିର ନୱାଜଙ୍କ ସ୍ଥାନରେ ଛାତ୍ର କଂଗ୍ରେସର ସଭାପତି ଭାବେ ଉଦିତଙ୍କୁ ନିଯୁକ୍ତି ମିଳିଛି ।

ସୂଚନା ଅନୁଯାୟୀ, ବିହାର ପାଇଁ ଜୟଶଙ୍କର ପ୍ରସାଦଙ୍କୁ ଛାତ୍ର କଂଗ୍ରେସ ସଭାପତିର ଗୁରୁଦାୟିତ୍ଵ ମିଳିଥିବା ବେଳେ ଚଣ୍ଡୀଗଡ଼ ପାଇଁ ସିକନ୍ଦର ବୁରା ଓ ଦିଲ୍ଲୀ ପାଇଁ ଆଶିଷ ଲାମ୍ବାଙ୍କୁ ଏହି ଦାୟିତ୍ଵ ମିଳିଛି । ସେହିପରି ହିମାଚଳ ପ୍ରଦେଶ ପାଇଁ ଅଭିନନ୍ଦନ ଠାକୁର, ଝାଡ଼ଖଣ୍ଡ ପାଇଁ ବିନୟ ଓରାନ, ମଣିପୁର ପାଇଁ ଜୟସନ କେଏଚ, ଓଡ଼ିଶା ପାଇଁ ଉଦିତ ନାରାୟଣ ପ୍ରଧାନ, ତେଲେଙ୍ଗାନା ପାଇଁ ୟାଦଭାଲି ଭେଙ୍କେଟ ସ୍ୱାମୀ ଓ ପଶ୍ଚିମବଙ୍ଗ ପାଇଁ ପ୍ରିୟଙ୍କା ଚୌଧୁରୀଙ୍କୁ ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

 

Comments are closed.