Latest Odisha News

ଭାରତୀୟ ଫୁଟବଲ ଟିମର ନୂଆ କୋଚ ହେଲେ ସ୍ପେନର ମନୋଲୋ ମାର୍କେଜ

ନୂଆଦିଲ୍ଲୀ: ଭାରତୀୟ ଭାରତୀୟ ଫୁଟବଲ ମହାସଂଘ ଶନିବାର ସ୍ପେନର ମନୋଲୋ ମାର୍କେଜଙ୍କୁ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛି । ଇଗୋର ଷ୍ଟିମେକଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ମାର୍କେଜ ଇଣ୍ଡିଆନ ସୁପର ଲିଗ ଟିମ ଏଫସି ଗୋଆର କୋଚ ଦାୟିତ୍ୱ ତୁଲାଉଥିଲେ । ଏବେ ମନୋଲୋ ଉଭୟ ଗୋଆ ଟିମ ଏବଂ ଜାତୀୟ ଦଳର ଦାୟିତ୍ୱ ତୁଲାଇବେ । ଏହା ପରେ ସେ କେତେ ବର୍ଷ ପାଇଁ ଚୁକ୍ତିବଦ୍ଧ ହେବେ ତାହା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି ।

ଭାରତୀୟ ଟିମ ୨୦୨୬ ଫିଫା ବିଶ୍ୱକପ କ୍ୱାଲିଫାୟରର ତୃତୀୟ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା । ଏହା ପରେ ଷ୍ଟିମେକଙ୍କୁ କୋଚ ପଦରୁ ବରଖାସ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳର ସମୟସୀମା ଥିବା ସତ୍ୱେ ୧୭ ଜୁନରୁ ତାଙ୍କୁ ବିଦା କରାଯାଇଥିଲା । ମନୋଲୋଙ୍କ ପ୍ରଶିକ୍ଷଣରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଏଆଇଏଫଏଫ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Comments are closed.