Latest Odisha News

ଭାରତୀୟ ଦଳର କୋଚ ଆଇଗର ଷ୍ଟିମାକଙ୍କୁ ବରଖାସ୍ତ କଲା ଏଆଇଏଫଏଫ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପୁରୁଷ ସିନିୟର ଟିମର କୋଚ ଆଇଗର ଷ୍ଟିମାକଙ୍କୁ ବରଖାସ୍ତ କରିଛି । ୨୦୨୬ ଫିଫା ବିଶ୍ୱକପ କ୍ୱାଲିଫାୟରରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୧୯ରେ ତାଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଗତ ବର୍ଷ ତାଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିଲା । ୧୯୯୮ରେ କ୍ରୋଏସିଆକୁ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରାଇଥିବା ଷ୍ଟିମାକଙ୍କ ନିକଟରୁ ବହୁତ କିଛି ଆଶା କରାଯାଉଥିଲା । ତାଙ୍କ ପ୍ରଶିକ୍ଷଣରେ ଭାରତ ୨ ଥର ସାଫ ଚାମ୍ପିୟନଶିପ, ଗୋଟିଏ ଇଂଟରକଂଟିନେଟାଂଲ କପ ଓ ଏକ ତ୍ରିରାଷ୍ଟ୍ରୀୟ ସିରିଜ ଜିତିଥିଲା ।

୫୬ ବର୍ଷୀୟ ଏହି କୋଚଙ୍କ ଉପସ୍ଥିତିରେ ଭାରତ ୫୩ ମ୍ୟାଚ ଖେଳି ୨୦ ଥର ପରାଜିତ ହୋଇଥିବା ବେଳେ ୧୯ରେ ବିଜୟୀ ଓ ୧୪ଟି ମ୍ୟାଚ ଡ୍ର ରହିଥିଲା । ଓଭରାଲ ୭୧ଟି ଗୋଲ ଦେଇଥିବା ବେଳେ ୭୬ ଗୋଲ ବରଣ କରିଛି । ବିଶ୍ୱକପ କ୍ୱାଲିଫାୟର ତୃତୀୟ ପର୍ଯ୍ୟାୟକୁ ଭାରତ ଉନ୍ନୀତ ନ ହୋଇପାରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

Leave A Reply

Your email address will not be published.