Latest Odisha News

BREAKING NEWS

ଏମ୍ସରେ ପଡିଛି ଆହୁରି ୪୧ ଶବ: ସମୂହ ଦାହ ପାଇଁ ନିଷ୍ପତ୍ତି ହୋଇନାହିଁ

ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାର ମୃତ ବ୍ୟକ୍ତିଙ୍କ ଶବ ଏ ଯାଏ ବି ଚିହ୍ନଟ ହୋଇନି । ଆହୁରି ୪୧ ଶବ ଏବେ ବି ଭୁବନେଶ୍ୱରରେ ଏମ୍ସରେ ପଡି ରହିଛି । ଏବେ ବି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଭୁବନେଶ୍ଵର ଏମ୍ସରେ ୪୧ଟି ଶବ ସଂରକ୍ଷିତ ଅବସ୍ଥାରେ ରହିଛି । ଯେଉଁମାନେ ଶବ ନେବା ପାଇଁ ଆସୁଛନ୍ତି ସେମାନଙ୍କ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ କରାଯାଉଛି । ଡିଏନଏ ମ୍ୟାଚ୍ କଲେ ଶବ ହସ୍ତାନ୍ତର କରାଯାଉଛି  । ହେଲେ ଲୋକଙ୍କ ସଂଖ୍ୟା କମି ଯାଇଛି ।  ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ଶବ ନେବାକୁ ଆସୁଛନ୍ତି ।

ତେଣୁ ୪୧ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି । ଆହୁରି ଅନେକ ଦିନ ଶବ ସଂରକ୍ଷିତ କରି ରଖାଯାଇପାରିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ବର୍ତ୍ତମାନ ସୁଦ୍ଧା ସମୂହ ଶବ ଦାହ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି ।

ସୂଚନାଥାଉ କି, ଜୁନ ୨ ତାରିଖରେ ବାଲେଶ୍ବର ଜିଲ୍ଲାରେ ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏହି ଅଘଟଣରେ  ୨୯୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୧୦୦୦ରୁ ଅଧିକ ଆହତ ହୋଇଥିଲେ । ସିଗନାଲ ଫେଲ ଯୋଗୁ ଏପରି ଭୟାବହ ଦୁର୍ଘଟଣା ଘଟିଥିବା ଜଣାଯାଇଛି ।  ରାଜ୍ୟସଭାରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ,  ଗତ ୫ ବର୍ଷରେ ସିଗନାଲ୍ ଫେଲ୍ ର ୧୩ଟି ମାମଲା ସାମ୍ନାକୁ ଆସିଛି । ରେଳ ଦୁର୍ଘଟଣାରେ ମୃତ ୧୯୩ ଜଣଙ୍କ ମଧ୍ୟରେ ଏବେବି ୪୧ ଜଣଙ୍କ ମୃତଦେହ ଏମ୍ସରେ ରହିଛି ।

Leave A Reply

Your email address will not be published.