Latest Odisha News

BREAKING NEWS

ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ 

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମ୍ସରେ ଆଜିଠାରୁ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ପରୀକ୍ଷଣ ପ୍ରଥମେ ୧୦୦ ସ୍ୱେଚ୍ଛାସେବୀଙ୍କ ଠାରେ କରାଯିବ । ୧୮ରୁ ୫୫ ବର୍ଷୀୟ ବୟସ୍କଙ୍କୁ ନେଇ ଏହି ପରୀକ୍ଷା ହେବ । ରବିବାର ଦିନ ଏମସର ଏଥିକାଲ କମିଟି ଏହାକୁ ଅନୁମତି ପ୍ରଦାନ କରିଥିଲେ ।

କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପାଇଁ ସ୍ୱଇଚ୍ଛାରେ ସାମିଲ ହେବାକୁ ସୁସ୍ଥ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟ କୌଣସି ରୋଗ ନଥିବା ସହ କୋଭିଡ ସଂକ୍ରମିତ ହୋଇ ନଥିବା ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷଣ କରାଯିବ ।

କୋଭାକ୍ସିନକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ସହ ମିଶି ଆଇସିଏମଆର ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବରେ ବିକଶିତ କରିଛନ୍ତି।

Leave A Reply

Your email address will not be published.