Latest Odisha News

BREAKING NEWS

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ବୁଧବାର ୨୮ ଜାନୁଆରୀ ସକାଳେ ଅଜିତ ପାୱାରଙ୍କ ଚାର୍ଟର୍ଡ ବିମାନ ବାରାମତିରେ ପହଞ୍ଚିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଅଜିତ ପାୱାର ଓ ପାଇଲଟଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଅସମୟରେ ଘଟିଥିବା ମୃତ୍ୟୁରେ ସମସ୍ତେ ଶୋକ ପ୍ରକାଶ କରୁଛନ୍ତି। ଏହି ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ତଦନ୍ତ ଦାବି କରିଛନ୍ତି।

ମହାରାଷ୍ଟ୍ର ପାଇଁ ଏହା ଏକ ବ୍ଲାକ ଡେ ବୋଲି ଏକନାଥ ସିନ୍ଦେ କହିଛନ୍ତି। ଅଜିତ ଦାଦା ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ ଓ ସେ ବାହାରେ କଠୋର ଦେଖାଯାଉଥିଲେ ମଧ୍ୟ ହୃଦୟରୁ ସେ ଜଣେ ଭଦ୍ର ଏବଂ ଦୟାଳୁ ବ୍ୟକ୍ତି ଓ ଜଣେ ମହାନ୍ ବ୍ୟକ୍ତି ଥିଲେ।ଏହାବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ “ଏଠାରେ ରାଜନେତାମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ବିଜେପି ସରକାରର ବର୍ତ୍ତମାନ ନେତୃତ୍ୱ ନେଇବାକୁ ଯାଉଥିବା ସମୟରେ ହଠାତ୍ ତାଙ୍କର ଏପରି ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ମମତା କହିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଉପଯୁକ୍ତ ତଦନ୍ତ ହେବା ଉଚିତ ଓ ଏହା  ଏକ ଦୁର୍ଘଟଣା କି ଷଡ଼ଯନ୍ତ୍ର ତାହା ଜାଣିବା ଦରକାର ବୋଲି ସେ କହିଛନ୍ତି।”

 

Leave A Reply

Your email address will not be published.