Latest Odisha News

ବାୟୁସେନା ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ

ଶ୍ରୀନଗର: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଜଣେ ମହିଳା ଫ୍ଲାଇଂ ଅଫିସର ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏ ନେଇ ଜମ୍ମୁ-କାଶ୍ମୀରର ବଡଗାମ ଥାନରେ ମାମଲା ରୁଜୁ ହୋଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ମୁତୟନ ଅଛନ୍ତି।

ଭାରତୀୟ ବାୟୁସେନା ପକ୍ଷରୁ ଏହି ମାମଲାରେ ସ୍ଥାନୀୟ ଅଧିକାରାଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ଦର୍ଶାଯାଇଛି। ଫ୍ଲାଇଂ ଅଫିସର ଦର୍ଶାଇଛନ୍ତି ଯେ, ବିଗତ ୨ ବର୍ଷ ହେଲା ସେ ଯୌନ ଉତ୍ପୀଡିନ, ମାନସିକ ନିର୍ଯାତନା ସହୁଛନ୍ତି। ୨୦୨୩ ଡିସେମ୍ବର ୩୧ ତାରିଖରେ ଅଫିସର୍ସ ମେସ୍‌ରେ ହୋଇଥିବା ଏକ ନୂଆ ବର୍ଷ ପାର୍ଟିରେ ତାଙ୍କର ଉପରିସ୍ଥ ଅଧିକାରୀ ତାଙ୍କୁ ଉପହାର ପାଇଛ କି ବୋଲି ପଚାରିଥିଲେ।

ସେ ମନା କରବାକୁ ଅଧିକାରୀ ତାଙ୍କୁ ତାଙ୍କ କୋଠରୀରେ ଉପହାର ଥିବା ବେଳେ ସେଇଠୁ ନେଇଯିବା କଥା କହିଥିଲେ। ସେ ସେଠାରେ ଯିବା ପରେ ପରିବାର ଲୋକେ ନଥିବା ସୁଯୋଗରେ ଅଧିକାରୀଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ସେ ଅଭିଯୋଗ କରିବାକୁ ଭୟଭୀତ ହୋଇଯାଇଥିଲେ। କାରଣ ପୂର୍ବରୁ ବି ଏହିଭଳି କିଛି ଘଟଣାରେ ତାଙ୍କୁ ରିପୋର୍ଟ ଦାଖଲ କରିବା ଲାଗି ନିରୁତ୍ସାହିତ କରାଯାଇଥିଲା।

ଶେଷରେ ଅନ୍ୟ ଦୁଇଜଣ ମହିଳା ଅଫିସରଙ୍କ ପରାମର୍ଶରେ ସେ ଅଭିଯୋଗ କରିଥିଲେ। କିନ୍ତୁ ତଦନ୍ତ ଲାଗି ଗଠିତ ଅନ୍ତରୀଣ କମିଟିରେ ତାଙ୍କ ଅଭିଯୋଗ ପ୍ରତି ଠିକ ଭାବେ ବିଚାର କରାଗଲା ନାହିଁ। ପ୍ରତ୍ୟକ୍ଷଦର୍ଶୀ ନଥିବା କହି ମେ ମାସରେ କମିଟି ତଦନ୍ତ ବନ୍ଦ କରିଦେଲା। ଏହି ସମୟ ମଧ୍ୟରେ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦିଆଯିବାରୁ ସେ ବାଧ୍ୟ ହୋଇ ପୁଲିସ ନିଟରେ ଅଭିଯୋ କରିଥିବା ଦର୍ଶାଇଛନ୍ତି।

Comments are closed.