ନୂଆଦିଲ୍ଲୀ : ଜାମ୍ମୁ ଏୟାରବେସ ହମଲା ପରେ ଆକ୍ସନ ମୋଡରେ ଭାରତୀୟ ବାୟୁସେନା । ୧୦ଟି କାଉଣ୍ଟର ଅନମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ବା ସିୟୁଏଏସ କିଣିବାକୁ ଯୋଜନା କରୁଛି ଭାରତୀୟ ବାୟୁସେନା । ଏୟାର ବେସ୍ ଉପରେ ପ୍ରଥମ ଥର ଲାଗି ଏହି ଧରଣର ଆକ୍ରମଣ ଯୋଗୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ଯୋଜନା କରିଛି ଭାରତୀୟ ବାୟୁସେନା । ଏନେଇ ବାୟୁସେନା ପକ୍ଷରୁ ବିଭିନ୍ନ ଭାରତୀୟ କମ୍ପାନୀଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି ।
ବର୍ତ୍ତମାନର ବାୟୁସେନା ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟାଧୁନିକ ରାଡାର ଓ କ୍ଷେପଣାସ୍ତ୍ର ରହିଛି । ବୃହତ ମାନବ ବିହୀନ ବାୟୁ ଯାନ, ବିମାନ, ହେଲିକପ୍ଟର ଆଦିକୁ ଟାର୍ଗେଟ କରିବା ଲାଗି ଏହା ସମର୍ଥ ହେବ । ତେବେ କାଉଣ୍ଟର ଅନମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ହାସଲ ପରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହୋଇପାରିବ । ଏହାଦ୍ବାରା ବିଭିନ୍ନ ଡ୍ରୋନ, ଲେଜର ଡିରେକ୍ଟେଡ ଏନର୍ଜି ଓ୍ବିପନକୁ ନଷ୍ଟ କରିବାରେ ସକ୍ଷମ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି ।
Comments are closed.