Latest Odisha News

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଧ୍ୟପ୍ରଦେଶ :ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ। ଆଜି ମଧ୍ୟପ୍ରଦେଶ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି।

ସକାଳେ ଗ୍ୱାଲିଅର ମହାରାଜପୁର ଏୟାରବେସରୁ ଏକ ଟ୍ରେନିଂ ଚାଲିଥିବା ସମୟରେ ବିମାନଟି ଉଡାଣ ଭରିଥିଲା । ପରେ ପାଖରେ ଥିବା ଏକ ଖୋଲାପଡ଼ିଆରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଗଳିପଡ଼ିଥିଲା । ବିମାନଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ହେଲେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ଆଇଏଫ୍ଏଫ୍ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଚିଥିଲେ।ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ। ଆଇଏଫଏଫ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.