Latest Odisha News

BREAKING NEWS

ତୀବ୍ର ପିଆଜ ଗନ୍ଧ ଯୋଗୁ ବିମାନର ଜରୁରୀକାଳୀନ ଅବତରଣ

କୋଚ୍ଚି: ତୀବ୍ର ପିଆଜ ଗନ୍ଧ ଯୋଗୁ କୋଚ୍ଚିରୁ ୧୭୫ ଯାତ୍ରୀ ଶାରଜାହ ନେଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ରିପୋର୍ଟ ମୁତାବକ ବିମାନରେ ଜଣେ ଯାତ୍ରୀ କିଛି ପୋଡୁଥିବା ଗନ୍ଧ ନେଇ ଅଭିଯୋଗ କରିଥିଲା । ଖୋଜାଖୋଜି କରିବା ପରେ କିଛି ନ ମିଳିବାରୁ ବାଧ୍ୟ ହୋଇ ବିମାନକୁ ଅବତରଣ କରାଯାଇଥିଲା । ଅବତରଣ ସମୟରେ ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ । ତେବେ ସେମାନଙ୍କୁ ଅନ୍ୟ ଏକ ବିମାନରେ ପଠାଇବା ବ୍ୟବସ୍ଥା କରାଯାଇଥିଲା ।

ବିମାନର କାର୍ଗୋ କ୍ଷେତ୍ରରେ ପରିବା, ଫଳ ଓ ଫୁଲ ନିଆ ଯାଇଥାଏ । ଯାହା ମାଧ୍ୟମରେ ବିମାନ କମ୍ପାନୀକୁ ଲାଭ ମଧ୍ୟ ମିଳିଥାଏ । ପିଆଜଗୁଡିକ ପଚି ଯାଇଥିବାରୁ ଏହି ଗନ୍ଧ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରାଇଥିଲା । ଅବଶ୍ୟ କମ୍ପାନୀ ପକ୍ଷରୁ ଏ ନେଇ କ୍ଷମା ପ୍ରାର୍ଥନା କରାଯିବା ସହ ପୁନର୍ବାର ଏ ଭଳି ଭୁଲ ହେବ ନାହିଁ ବୋଲି କୁହାଯାଇଥିଲା । ବିମାନ ଅବତରଣ ସମୟରେ ସମସ୍ତେ ଚାପରେ ଥିଲେ । ପ୍ରକୃତ ଘଟଣା ଜଣାପଡିବା ସମସ୍ତେ ଆଶ୍ୱସ୍ତି ହୋଇଥିଲେ ।

Comments are closed.