Latest Odisha News

BREAKING NEWS

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: କୋଲକାତା ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ରବିବାର ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ଫେରି ଆସିଥିଲା।

ସୂଚନା ଅନୁଯାୟୀ, ଏୟାରବସ୍ A320 ବିମାନ ଦ୍ୱାରା ପରିଚାଳିତ ବିମାନ IX2718 ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଆକାଶରେ ଉଡ଼ିବା ପରେ ଫେରି ଆସିଥିଲା।

ସୋମବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, “ବେଙ୍ଗାଲୁରୁରୁ ଆମର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନବନ୍ଦରକୁ ଫେରି ଆସିଥିଲା। ସୁରକ୍ଷିତ ଭାବରେ ଅବତରଣ କରିବା ପୂର୍ବରୁ ବିମାନଟି ଇନ୍ଧନ ଏବଂ ଓଜନ ହ୍ରାସ କରିବା ପାଇଁ ଆକାଶରେ ବୁଲିଥିଲା।”

ତେବେ ଯାତ୍ରୀମାନଙ୍କୁ କୋଲକାତା ନେବା ପାଇଁ ଅନ୍ୟ ଏକ ବିମାନ ବ୍ୟବସ୍ଥା କରାଯାଇଥିଲା। ଉକ୍ତ ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟିର ତଦନ୍ତ କରାଯାଉଛି।

 

Comments are closed.