Latest Odisha News

BREAKING NEWS

ଉଡ଼ାଣର କିଛି ସମୟ ପରେ ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ବିମାନଟି ମୁମ୍ବାଇ ବିମାନବନ୍ଦରରୁ ନ୍ୟୁଆର୍କ ଅଭିମୁଖେ ଉଡ଼ାଣ ଭରିଥିଲା। ଯାଞ୍ଚ ପରେ ବିମାନ କମ୍ପାନୀ ନ୍ୟୁଆର୍କରୁ ମୁମ୍ବାଇକୁ ଉଡ଼ାଣ ବାତିଲ କରିଥିଲା।

ଉଡ଼ାଣ ବାତିଲ ହେବା ଯୋଗୁଁ ବିମାନବନ୍ଦରରେ ଫସି ରହିଥିବା ଯାତ୍ରୀମାନଙ୍କୁ ହୋଟେଲରେ ରଖାଯାଇଛି ଏବଂ ସେମାନଙ୍କୁ ବିକଳ୍ପ ବିମାନ ପ୍ରଦାନ କରାଯାଇଥିଲା। ବିମାନବନ୍ଦର କର୍ତୁପକ୍ଷଙ୍କ ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-191 ପ୍ରାୟ ୧:୧୧ରେ ମୁମ୍ବାଇ ବିମାନବନ୍ଦରରୁ ନ୍ୟୁଆର୍କ ଅଭିମୁଖେ ଯାତ୍ରା କରିବାର ଥିଲା। ବିମାନଟି ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪୦ ମିନିଟ୍ ବିଳମ୍ବରେ ନ୍ୟୁଆର୍କ ଅଭିମୁଖେ ଯାତ୍ରା କରିଥିଲା।

ବିମାନଟି ଓମାନ ଉପସାଗର ଆଡକୁ ଯାଉଥିଲା ବେଳେ ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ସଂପର୍କରେ ଜାଣିପାରିଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନକୁ ମୁମ୍ବାଇ ବିମାନବନ୍ଦରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ବିମାନଟି ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସୁରକ୍ଷିତ ଅଛନ୍ତି।

Comments are closed.