Latest Odisha News

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜଧନୀ ଭୁବନେଶ୍ୱରରେ କମିଲା ବାୟୁ ପ୍ରଦୂଷଣ । ଦୀପାବଳି ପରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣ କମିଛି । ମିଳିଛି ବାଣ ଫୁଟ ବନ୍ଦ ହେବାର ସୁଫଳ । ଲୋକେ ମାନିଛନ୍ତି କଟକଣା । ଫଳରେ ଦୀପାବଳିରେ ରାଜଧାନୀରେ କିଛି ପରିମାଣରେ କମିଛି ପ୍ରଦୂଷଣ ସ୍ତର । ଭୁବନେଶ୍ୱରର ୪ଟି ସ୍ଥାନରେ ସ୍ମାର୍ଟ ସିଟି ଲଗାଇଥିବା ଏକ୍ୟୁଆଇ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ବୋର୍ଡରୁ ଏହି ଚିତ୍ର ମିଳିଛି ।

ଗତକାଲି ମାଷ୍ଟର କ୍ୟାଂଟିନରେ ଏକ୍ୟୁଆଇ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୯ ଥିଲା । ୨୦୧୮ ମସିହାରେ ମାଷ୍ଟର କ୍ୟାଂଟିନରେ ଏକ୍ୟୁଆଇ ରାତିରେ ୩୬୯ ଥିଲା । ତେଣୁ ତୁଳନାତ୍ମକ ଭାବରେ ଗତକାଲିର ସ୍ତର ବହୁତ ଭଲ ବୋଲି ବିଶେଷଜ୍ଞ କହିଛନ୍ତି ।

ଶନିବାର ସକାଳେ ବାୟୁର ମାନକ ୪୨୪ ରେକର୍ଡ ହୋଇଥିଲା । ଯାହାକି ବିପଦଜନକ ସ୍ଥିତି । ଏପରି ସ୍ଥିତିରେ ଦୀପାବଳିରେ ଦିଲ୍ଲୀର ଏନସିଆର ସମେତ ଅନେକ ସ୍ଥାନରେ ବାଣ ଫୁଟା ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ବାସୀଙ୍କ ଚିନ୍ତା ବଢିଲାଣି । ଶନିବାର ଦିଲ୍ଲୀର ବାୟୁ ଗୁଣବତା ସୂଚକାଙ୍କ ଏକ୍ୟୁଆଇ ୪୨୪ , ଶୁକ୍ରବାର ୩୨୪, ଗୁରୁବାର ୩୧୪, ବୁଧବାର ୩୪୪ ଓ ମଙ୍ଗଳବାର ୪୭୬ ଏକ୍ୟୁ ଆଇ ରେକର୍ଡ କରାଯାଇଛି।

Leave A Reply

Your email address will not be published.