ଭୁବନେଶ୍ୱର: ମାଲେସିଆର ରାଜଧାନୀ କ୍ୱାଲାଲୁମ୍ପୁର ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏୟାର ଏସିଆର ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି ।
ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୭ରେ ଏୟାର ଏସିଆର ଏକେ ୩୦ ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିନ ୯ଟା ୩୦ରେ ଛାଡ଼ିବ ଏବଂ କ୍ୱାଲାଲୁମ୍ପୁରଠାରେ ରାତି ୩ଟା ୫୦ ମିନିଟରେ ପହଞ୍ଚିବ ।
ସେହିଦିନ ଏୟାର ଏସିଆର ବିମାନ ସକାଳ ୭ଟା ୪୫ରେ କ୍ୱାଲାଲୁମ୍ପୁର ବିମାନ ବନ୍ଦର ଛାଡ଼ିବ ଏବଂ ରାତି ୧୧ଟା ୨୫ ବଦଳରେ ଭୁବନେଶ୍ୱରରେ ରାତି ୯ଟାରେ ପହଞ୍ଚିବ ।
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସେହି ସମୟରେ ରନୱେ ମରାମତି କାର୍ଯ୍ୟ ଚାଲିଥିବା ଯୋଗୁଁ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ ହୋଇଛି ।