ମୁମ୍ବାଇ: ସାଉଦି ଆରବରେ ଚାଲିଥିବା ରେଡ୍ ସି ଫିଲ୍ମ ଫେଷ୍ଟିଭାଲ୍ ୨୦୨୫ରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯୋଗ ଦେଇଥିଲେ। ରେଡ୍ ସି’ର ରେଡ୍ କାର୍ପେଟରେ ଚାଲି ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥିଲେ। ତେବେ ଏହାର ଉଦଘାଟନୀ ଅବସରରେ ସେ ହଲିଉଡ୍ ଷ୍ଟାର ଡାକୋଟା ଜନସନଙ୍କ ସହ ତାଙ୍କର ଅଭିନୟ ଦକ୍ଷତା ଏବଂ ପ୍ରୋଜେକ୍ଟ ବିଷୟରେ କଥା ହେବାର ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।
ତେବେ ମା ହେବା ପରେ ତାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ବିଷୟରେ ସେ ଏଥିରେ କହିଛନ୍ତି। ଆରାଧ୍ୟା ଜନ୍ମ ହେବା ପରେ ସେ ତାଙ୍କର ଯତ୍ନ ନେବା ସହ ଅଭିଷେକଙ୍କ ସହିତ ନିଜର ସମୟ ବିତାଇବାରେ ସେ ବ୍ୟସ୍ତ ଥିଲେ ଓ ଏହି ସମୟରେ କୌଣସି ଫିଲ୍ମ ସାଇନ୍ ନ କରି କେବେ ଅସୁରକ୍ଷିତ ଅନୁଭବ କରିନାହାନ୍ତି ବୋଲି ସେ କହିଥିଲେ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆହୁରି ମଧ୍ୟ କହିଛନ୍ତ ଯେ ତାଙ୍କର କ୍ୟାରିଅରର ସମସ୍ତ ନିଷ୍ପତ୍ତି ତାଙ୍କର ଅଟେ। ତେବେ ମଣିରତ୍ନମଙ୍କ ଇରୁଭର ର କାହାଣୀ ତାଙ୍କୁ ପସନ୍ଦ ଆସିବାରୁ ସେ ଏହି ଫିଲ୍ମ ସାଇନ୍ କରିବାକୁ ରାଜି ହୋଇଥିବା ମଧ୍ୟ କହିଥିଲେ। ‘ଦେବଦାସ ଫିଲ୍ମର ସଫଳତା ପରେ ସେ ଶୀର୍ଷରେ ପହଞ୍ଚିଗଲା ଭଳି ମନେ କରୁଥିଲେ ଓ ଯେତେବେଳେ ଲୋକମାନେ ପଚାରୁଥିଲେ, ‘ପରବର୍ତ୍ତୀ ସମୟରେ ଆଉ କେଉଁ ବଡ଼ ଫିଲ୍ମ ଆସିବ? ‘ଦେବଦାସ’ ପରେ ଆଉ କ’ଣ ବଡ଼ ଫିଲ୍ମ ହୋଇପାରେ ବୋଲି ସେ ଭାବୁଥିବା କହିଥିଲେ।
ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିଥିବା ସ୍ନେହ ଭଲପାଇବା ପ୍ରଶଂସା ଓ ସମର୍ଥନ ପାଇଁ ସେ ସମସ୍ତଙ୍କ ପାଖରେ କୃତଜ୍ଞ ବୋଲି ମଧ୍ୟ ପ୍ରକାଶ କରିଥିଲେ।
Comments are closed.