Latest Odisha News

BREAKING NEWS

ବିବାହ ବାର୍ଷିକୀରେ କାଜୋଲଙ୍କୁ ଏହି ବିଶେଷ ଉପହାର ଦେଲେ ଅଜୟ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କପଲ୍‌ ଷ୍ଟାର୍‌ ଅଜୟ ଦେବଗନ୍ ଏବଂ କାଜୋଲ ବୁଧବାର ସେମାନଙ୍କର ୨୨ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଫେବୃଆରୀ ୨୪, ୧୯୯୯ ରେ ଏହି ଦମ୍ପତି ବିବାହ କରିଥିଲେ। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଅଜୟ ଦେବଗନ ଏକ କଷ୍ଟୋମାଇଜ୍ ୱାଇନ୍‌ ବଟଲର ଫଟୋ ସେୟାର କରିଥିଲେ। ଏଥିରେ ୱାଇନ୍‌ ବଟଲ୍‌ରେ ଉଭୟ ଅଜୟ ଦେବଗନ ଏବଂ କାଜୋଲଙ୍କର ସୁନ୍ଦର ଛବି ଥିବା ଦେଖିବାକୁ ମିଳିଥିଲା।ଯାହା ‌୨୨ ତମ ବିବାହ ବାର୍ଷିକୀ ଅବସରରେ ସେ ତାଙ୍କ ପତ୍ନୀ କାଜୋଲଙ୍କୁ ଉପହାର ଦେଇଛନ୍ତି।

୧୯୯୫ ଚଳଚ୍ଚିତ୍ର ହଲ୍‌ଚଲ୍‌ର ସେଟରେ କାଜୋଲ ଏବଂ ଅଜୟ ସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ସେତେବେଳେ ଭଲ ବନ୍ଧୁ ହୋଇଥିଲେ। ଦୁଇ ବର୍ଷ ପରେ ଚଳଚ୍ଚିତ୍ର ଗୁଣ୍ଡରାଜ ସେଟରେ ଏହି ଦମ୍ପତି ଡେଟିଂ ଆରମ୍ଭ କରିଥିଲେ। ଚାରି ବର୍ଷର ପ୍ରେମ ସମ୍ପର୍କ ପରେ, ଏହି ଦମ୍ପତି ବିବାହ କରିବାକୁ ସ୍ଥିର କରିଥିଲେ।

Leave A Reply

Your email address will not be published.