Latest Odisha News

ରାଜଭବନରେ ଅଜିତ୍ ପାୱାର, ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ପୁଣି ମହାରାଷ୍ଟ୍ର ରାଜନୀତିରେ ହଲଚଲ୍ ଦେଖିବାକୁ ମିଳିଛି । ଶିବସେନାକୁ ଭାଙ୍ଗି ଗୋଟିଏ ଗୋଷ୍ଠୀ ସହ ବିଜେପି ମେଣ୍ଟ ସରକାର ଗଢ଼ିଛି । ଉଦ୍ଧବଙ୍କ ଶିବସେନା ୨ ଗୋଷ୍ଠୀରେ ପରିଣତ ହେବା ପରେ ଏନସିପି ମଧ୍ୟ ୨ ଭାଗ ହେବାକୁ ଯାଉଛି । ମହାରାଷ୍ଟ୍ରରେ ଏନସିପି ବିରୋଧୀ ଦଳ ଥିବା ବେଳେ ବିରୋଧୀ ଦଳ ନେତା ଅଛନ୍ତି ଅଜିତ୍ ପାୱାର ।

ଆଉ ଏବେ ଅଜିତ୍ ପାୱାର ରାଜଭବନରେ ପହଞ୍ଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଅଛନ୍ତି । ଅଜିତ୍ ପାୱାରଙ୍କ ସହ ଏନସିପିର ୨୯ ବିଧାୟକ ଥିବା କୁହାଯାଉଛି । ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ୍ ପାୱାର ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା କୁହାଯାଉଛି । ଚର୍ଚ୍ଚା ହେଉଛି ଏନସିପିର ୯ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

ପ୍ରଥମେ ଶରଦ ପାୱାର ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବା ଓ ପରେ ଚାପରେ ପଦରେ ରହିଥିଲେ । କିଛିଦିନ ତଳେ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଥିଲେ ଶରଦ ପାୱାର । ଯାହାପରେ ଅଜିତ୍ ପାୱାର ଅସନ୍ତୁଷ୍ଟ ଥିଲେ । ପରେ ପରେ ସୁପ୍ରିୟା ସୁଲେଙ୍କୁ ପାୱାର ମହାରାଷ୍ଟ୍ରର ମୁଖ୍ୟ ଘୋଷଣା କରିଥିଲେ । ଯାହାକୁ ନେଇ ଅଜିତ୍ ପାୱାରଙ୍କ ଗୋଷ୍ଠୀ ଆହୁରି ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ ।

Leave A Reply

Your email address will not be published.