Latest Odisha News

BREAKING NEWS

କହୁ କହୁ ସତ କହିଦେଲେ ପାକିସ୍ତାନ ମନ୍ତ୍ରୀ, ପୁଲୱାମା ଆକ୍ରମଣ ଆମେ କରିଥିଲୁ…

କରାଚୀ: ଇମ୍ରାନ ଖାଁ ସରକାରଙ୍କ ଜଣେ ମନ୍ତ୍ରୀ ଗୁରୁବାର ପୁଲୱାମା ଆକ୍ରମଣ ପାକିସ୍ତାନ ଦ୍ୱାରା ହୋଇଥିଲା ବୋଲି କହିଛନ୍ତି । ଯୋଶରେ ସେ କହୁ କହୁ କହି ଦେଇଛନ୍ତି, ଆମେ ମଧ୍ୟ ହିନ୍ଦୁସ୍ତାନ ଭିତରେ ପଶି ମାରିଛୁ । ତାଙ୍କର ଏହି ମନ୍ତବ୍ୟ ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ଇମ୍ରାନ ସରକାରର ଏକ ସଫଳତା ବୋଲି ମନ୍ତ୍ରୀ ଫୱାଦ ଚୌଧୁରୀ ପ୍ରକାଶ କରିଛନ୍ତି ।  ଆପଣ ଏବଂ ଆମେ ସମସ୍ତେ ଏହି ସଫଳତାର ଅଂଶବିଶେଷ ।

ପୁଲୱାମା ଆକ୍ରମଣ ପାଇଁ ଇମ୍ରାନ ଏବଂ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଛନ୍ତି ଫୱାଦ ଚୌଧୁରୀ । ତେବେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥା ପ୍ରଥମ ଥର ପାଇଁ ପାକିସ୍ତାନ ସରକାର ସ୍ବୀକାର କରିଛି । ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଦାବି କରିଆସୁଥିଲେ ।

Leave A Reply

Your email address will not be published.