Latest Odisha News

ବାସନ ମାଜିବେ, ବାଥରୁମ୍ ସଫା କରିବେ; ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ କାହିଁକି ମିଳିଲା ଏଭଳି ଦଣ୍ଡ

ଚଣ୍ଡିଗଡ: ଗୁରୁ ଗ୍ରନ୍ଥ ସାହିବଙ୍କ ଏକ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମଙ୍କ ପକ୍ଷ ନେଇଥିବାରୁ ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଦଣ୍ଡ ମିଳିଛି।

ଶିଖମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂସ୍ଥା ଅକାଲ ତଖ୍ତ ଶିରୋମାନି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଗୁରୁଦ୍ୱାରରେ ରୋଷେଇ ଘର ଓ ୱାଶରୁମ ସଫା କରିବା ପାଇଁ ସଜା ଶୁଣାଯାଇଛି। ମଙ୍ଗଳବାର ସକାଳେ ଅମୃତସରର ସ୍ବର୍ଣ୍ଣ ମନ୍ଦିରର ମୁଖ୍ୟ ଫାଟକ ରାସ୍ତାରେ ବେକରେ ପ୍ଲାକାର୍ଡ ପକାଇ ଏକ ହ୍ୱିଲ ଚେୟାରରେ ବସିଥିବାର ନଜର ଆସିଥିଲେ। ତାଙ୍କ ହାତରେ ଏକ ବର୍ଚ୍ଛା ମଧ୍ୟ ଥିଲା।

୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଜାବରେ ଶିରୋମାନି ଅକାଳୀ ଦଳ ଏବଂ ଏହାର ସରକାର କରିଥିବା ‘ଭୁଲ’ ପାଇଁ ସୋମବାର ସୁଖବୀର ସିଂ ବାଦଲଙ୍କୁ ‘ତନଖା’ (ଧାର୍ମିକ ଦଣ୍ଡ)ର ସଜା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ବାସନ ମାଜିବା ଏବଂ ଜୋତା ସଫା କରିବା ଭଳି ଦଣ୍ଡ ଭୋଗିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

 

Comments are closed.