ନୂଆଦିଲ୍ଲୀ: ଭାରତୀୟ ଶୁଟର ଅଖିଳ ଶ୍ୟାରାଣ ଆଗାମୀ ଅଲିମ୍ପିକ୍ସ ପାଇଁ ଭାରତ ପକ୍ଷରୁ ୧୧ତମ କୋଟା ହାସଲ କରିଛନ୍ତି । ବାକୁରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ସେ ପୁରୁଷ ୫୦ ମିଟର ଥ୍ରୀ ପୋଜିଶନ ଇଭେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ୫୦ ମିଟର ଥ୍ରୀ ପୋଜିଶନ ରାଇଫଲ ଟିମ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଟିମର ସେ ଅଂଶବିଶେଷ ଥିଲେ । ଶୁଟିଂରେ ଭାରତର ଏହା ୫ମ ଓ ଏହି ଇଭେଂଟରେ ଦ୍ୱିତୀୟ ଅଲିମ୍ପିକ କୋଟା । ପୂର୍ବରୁ ସ୍ୱପ୍ନିଳ କୁସଲେ କ୍ରୋଏସିଆ ବିଶ୍ୱକପରେ ପ୍ରଥମ କୋଟା ହାସଲ କରିଥିଲେ । ମେଡାଲ ରାଉଣ୍ଡରେ ଅଖିଳ ଷଷ୍ଠ ସ୍ଥାନରେ ଥିଲେ ।
ପ୍ରୋନ ଓ ଷ୍ଟାଣ୍ଡିଂ ସେକ୍ସନରେ ସେ ଚମତ୍କାର ପ୍ରତ୍ୟାବର୍ତନ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଅଷ୍ଟ୍ରିଆର ଆଲେକଜାଣ୍ଡର ଶିର୍ମଲେ ଓ ଚେକ ରିପବ୍ଲିକର ପ୍ୟାଟ୍ର ନିମ୍ବୁସ୍କ୍ରି ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏ ପର୍ଯ୍ୟନ୍ତ ଆଗାମୀ ଅଲିମ୍ପିକ୍ସ ନିମନ୍ତେ ଶୁଟିଂରେ ୫ ଓ ଆଥଲେଟିକ୍ସରେ ୬ଟି କୋଟା ହାସଲ କରିସାରିଛି ।
Comments are closed.