Latest Odisha News

BREAKING NEWS

ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବେ। ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ। ଅଖିଳେଶ କରହଲ ଆସନରୁ ଏବେ ବିଧାୟକ ଅଛନ୍ତି । ତେବେ ଚଳିତ ନିର୍ବାଚନରେ କନୌଜ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଅଖିଳେଶ ଯାଦବ ସାଂସଦ ପଦ ଜାରି ରଖିବେ ବୋଲି ଦାବି କରାଯାଇଛି।

କକା ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ନୂଆ ଦାୟିତ୍ୱ ଦେଇପାରନ୍ତି ସମାଜବାଦୀ ପାର୍ଟି ମୁଖିଆ । ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ପଦ ଅଖିଳେଶଙ୍କୁ ଛାଡିବାକୁ ପଡିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି । ଯଦିଓ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି । ତେବେ ଦିଲ୍ଲୀରୁ ଫେରିବା ପରେ ଏସପି ବିରୋଧୀ ଦଳର ନୂଆ ନେତା କିଏ ହେବେ ସେ ନେଇ ଅଖିଳେଶ ନିଷ୍ପତ୍ତି ନେବେ।

ସୂଚନା ଥାଉକି ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ ଆସନରେ ବିଜୟ ହାସଲ କରିଛି । ତେବେ ଚଳିତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତୃତୀୟ ବୃହତ୍ତ ଦଳ ଭାବେ ଉଭା ହୋଇଛି । ଅନ୍ୟପଟେ ସାଧାରଣ ନିର୍ବାଚନରେ କ୍ଷମତାସୀନ ବିଜେପିକୁ ବଡ ଝଟକା ଲାଗିଛି । ୨୦୧୯ ତୁଳନାରେ ବିଜେପି ୨୯ଟି କମ ଆସନ ପାଇଛି । ୨୦୧୯ରେ ବିଜେପି ୬୨ଟି ଆସନ ପାଇଥିବା ବେଳେ ୨୦୨୪ରେ ବିଜେପିକୁ ମାତ୍ର ୩୩ଟି ଆସନ ମିଳିଛି ।

Leave A Reply

Your email address will not be published.