Latest Odisha News

BREAKING NEWS

ଅକ୍ଷୟ ଦାଶଙ୍କ କବିତା ସଙ୍କଳନ ‘ଦି ଗ୍ଲୋରିୟସ୍ ୱାର୍ଲଡ଼’ ଉନ୍ମୋଚିତ

କଟକ : କିଶୋରନଗର ମହାବିଧ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଅକ୍ଷୟ କୁମାର ଦାଶଙ୍କ କବିତା ସଙ୍କଳନ ‘ଦି ଗ୍ଲୋରିୟସ୍ ୱାର୍ଲଡ଼’ ଉନ୍ମୋଚିତ ହୋଇଯାଇଛି ।

ମହାବିଧ୍ୟାଳୟର ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ନାରାୟଣ ମହାନ୍ତି ମୁଖ୍ୟ ଅତିଥି, ରିଚାଳନା କମିଟିର ସଭାପତି ଚାରୁବାଳା ପଣ୍ଡା ସମ୍ମାନିତ ଅତିଥି ଓ ବାଲିକୁଦା କଲେଜର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ରନାଥ ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ଏବଂ ପୂର୍ବତନ ଅଧ୍ୟକ୍ଷ ଅଜିତ କୁମାର ମୁଖାର୍ଜୀ ଏବଂ ସାରଦା ପ୍ରସାଦ ମହାପାତ୍ର କବିତା ସଙ୍କଳନର ସମୀକ୍ଷା କରିଥିଲେ। ଅଧ୍ୟାପକ ଦାଶଙ୍କ ସଂଘର୍ଷମୟ ଜୀବନର ଚିତ୍ରର ସମାହାର କବିତାଗୁଡ଼ିକରେ ପ୍ରତିଫଳିତ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଅଧ୍ୟାପକ ବିନୟ ଭୂଷଣ ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ କୃଷ୍ଣଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.