Latest Odisha News

BREAKING NEWS

ଘୋଷଣା ହେଲା ଅକ୍ଷୟ-ବିଦ୍ୟାଙ୍କ ଫିଲ୍ମର ନାମ

ମୁମ୍ବାଇ: ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନ ଅଭିନୟ କରୁଛନ୍ତି । ଏବେ ଏହି ଫିଲ୍ମର ନାମ ଘୋଷଣା କରାଯାଇଛି । ରିପୋର୍ଟ ମୁତାବକ ଅନୀସ ଫିଲ୍ମର ନାମ ରାମ ଔର ଶ୍ୟାମ ରଖିଛନ୍ତି । ୧୫ ବର୍ଷ ପରେ ଅକ୍ଷୟ ଓ ଅନୀସ ପୂନର୍ବାର ଏକତ୍ର ଫିଲ୍ମ କରୁଛନ୍ତି । ୨୦୧୧ରେ ଥ୍ୟାଙ୍କ ୟୁରେ ଉଭୟ କାମ କରିଥିଲେ । ଅକ୍ଷୟଙ୍କ ଭୂତ ବଙ୍ଗଲା ଫିଲ୍ମକୁ ଦର୍ଶକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରାମ ଔର ଶ୍ୟାମ ଫିଲ୍ମର ଶୁଟିଂ ଜାନୁୟାରୀ ୨୦ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା । ଚଳିତ ମାସ ଶେଷ ଭାଗରେ ଏହାର ଦ୍ୱିତୀୟ ପର୍ଯର୍୍ୟାୟ ଶୁଟିଂ ଆରମ୍ଭ ହେବ । ଦିଲ ରାଜୁ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି ।

ଅକ୍ଷୟ ଓ ଅନୀସଙ୍କ ଯୋଡତ ୱେଲକମ, ସିଂ ଇଜ କିଙ୍ଗ ପରି ହିଟ ଫିଲ୍ମ ଦେଇଥିଲେ । ରାମ ଔର ଶ୍ୟାମରେ ଅକ୍ଷୟ, ବିଦ୍ୟାଙ୍କ ସମେତ ରାଶି ଖାନ୍ନା, ବିଜୟ ରାଜ, ଜାକିର ହୁସେନଙ୍କ ପରି କଳାକାର ଅଭିନୟ କରୁଛନ୍ତି । ଏଥିରେ କମେଡୀ ଓ ରୋମାନ୍ସର ତଡକା ଦେଖିବାକୁ ମିଳିବ । ଫିଲ୍ମର ସଫଳତା ନେଇ ଦିଲରାଜୁ ଓ ଅନୀସ ଦୃଢ଼ ଆଶାୟୀ ଅଛନ୍ତି । ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରାଯିବା ପାଇଁ ସ୍ଥିର ହୋଇଛି ।

Leave A Reply

Your email address will not be published.