Latest Odisha News

ଅକ୍ଷୟଙ୍କୁ ନେଇ ହରର କମେଡି କରିବେ ପ୍ରିୟଦର୍ଶନ

ମୁମ୍ବାଇ: ଅକ୍ଷୟ କୁମାର କମେଡି କିଙ୍ଗ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୀର୍ଘ ଦିନ ପରେ ଅକ୍ଷୟଙ୍କୁ ନେଇ ପ୍ରିୟଦର୍ଶନ ଏକ ହରର କମେଡି କରିବାକୁ ଯାଉଛନ୍ତି । ୨୦୦୭ରେ ଭୁଲ ଭୁଲୈୟା ଫିଲ୍ମରେ ଉଭୟ ଏକତ୍ର ହୋଇଥିଲେ । ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ବିଧିବଦ୍ଧ ଘୋଷଣା ସୋମବାର କରାଯିବ । ରିପୋର୍ଟ ମୁତାବକ ଡିସେମ୍ବର ସୁଦ୍ଧା ଫିଲ୍ମ ଫ୍ଲୋରକୁ ଯିବ । ଫିଲ୍ମ ଶୁଟିଂ ଆରମ୍ଭ ହେବା ପରେ ଏହାକୁ ଏକ ଲୟରେ ଶେଷ କରିବା ପାଇଁ ଯୋଜନା କରାଯାଉଛି । ୨୦୨୫ରେ ଫିଲ୍ମକୁ ରିଲିଜ କରିବା ପାଇଁ ମଧ୍ୟ ବିଚାର କରାଯାଉଛି ।

ଏକତା କାପୁର ଏହାକୁ ପ୍ରଡ୍ୟୁସ କରିବେ ବୋଲି ଜଣାପଡିଛି । ଅକ୍ଷୟଙ୍କ ଫିଲ୍ମ ଏବେ କ୍ରମାଗତ ଭାବେ ଫ୍ଲପ ହେଉଥିବାରୁ ସେ କିଛି ନୂଆ ନେଇ ଦର୍ଶକଙ୍କ ସମ୍ମୁଖକୁ ଆସିବାକୁ ଚାହୁଁଛନ୍ତି । cକମେଡି ରୂପରେ ଦର୍ଶକ ତାଙ୍କୁ ପସନ୍ଦ କରୁଥିବାରୁ ସେ ତାଙ୍କ ପ୍ରିୟ ନିର୍ଦ୍ଦେଶକଙ୍କ ସହ ପୂନର୍ବାର କାମ କରିବାକୁ ଯାଉଛନ୍ତି ।

Comments are closed.