ମୁମ୍ବାଇ: ବଲିଉଡର ସଫଳ କମେଡି ଫ୍ରାଂଚାଇଜ ହାଉସଫୁଲର ୫ମ ସଂସ୍କରଣକୁ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଦୀପାବଳୀରେ ଏହା ରିଲିଜ ହେବ ବୋଲି ଅକ୍ଷୟ କହିଛନ୍ତି । ଏଥର ଖିଲାଡତି କୁମାରଙ୍କ ସହ ରିତେଶ ଦେଶମୁଖ ଦର୍ଶକଙ୍କୁ ହସାଇବେ । ସାଜିଦ ନାଡିୟାଡୱାଲଙ୍କ ପ୍ରଡକ୍ସନ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ଫିଲ୍ମର ପ୍ରଥମ ୪ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହି ସମସ୍ତ ପାର୍ଟଗୁଡିକୁ ଫରହାଦ ସାମଜୀ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥର ତରୁଣ ମନସୁଖାନୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।
ଅକ୍ଷୟ ଓ ରିତେଶଙ୍କ କମ୍ବିନେଶନ ଦର୍ଶକଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଫିଲ୍ମର ସଫଳତା ନେଇ ମଧ୍ୟ ଅକ୍ଷୟ ବେଶ ଆଶାୟୀ ଅଛନ୍ତି । ଅନ୍ୟ ଷ୍ଟାର କାଷ୍ଟ ଚୂଡାନ୍ତ ହେବା ପରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
Comments are closed.