Latest Odisha News

BREAKING NEWS

ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଭୂତ ବଙ୍ଗଲା ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଲାର ସଫଳତା ନେଇ ବେଶ ଆଶାୟୀ ଅଛନ୍ତି । ଏପ୍ରିଲ ୧୭ରେ ଏହି ଫିଲ୍ମ ରିଲିଜ ହେବ । ଏହି ହରର କମେଡୀର ଟ୍ରେଲର ଦର୍ଶକଙ୍କ ପସନ୍ଦ ଆସିଛି । ୧୦୦ ମିଲିୟନରୁ ଊର୍ଦ୍ଧ୍ୱ ଭିଉଜ ସହ ଏହା ରେକର୍ଡ ସୃଷ୍ଟି କରିଛି । ଫିଲ୍ମର ନିର୍ଦ୍ଦେଶନା ପ୍ରିୟଦର୍ଶନ ଦେଇଛନ୍ତି । ୟୁୁ ଟ୍ୟୁବରେ ଏବେ ଏହା ଏକ ନମ୍ବରରେ ଟ୍ରେଡ କରୁଛି । ବାଲାଜୀ ମୋଶନ ପିକଚର୍ସ ଇନଷ୍ଟଗ୍ରାମରେ ଶେୟାର କରିଥିବା ଟ୍ରେଲର ୧୫.୨ ମିଲିୟନ ଏବଂ ଅକ୍ଷୟ କୁମାରଙ୍କ ଭିଡିଓ ୩.୮ ମିଲିୟନ ଦର୍ଶକ ଦେଖି ସାରିଛନ୍ତି ।

ଫିଲ୍ମ ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଏବେ ଏହା ହିଟ ଘୋଷିତ ହୋଇଛି । ୨୦୨୬ ଅକ୍ଷୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । ସମୀକ୍ଷକଙ୍କ ମତରେ ଏହି ବର୍ଷ ସେ ରାଜୁତି କରିବେ । ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ୩ଟି ଫିଲ୍ମ ରିଲିଜ ହେବ ବୋଲି ଚୂଡାନ୍ତ ହୋଇସାରିଛି । ଭୂତ ବଙ୍ଗଲା ପରେ ହୈବାନ ଓ ୱେଲକମ ଟୁ ଦି ଜଙ୍ଗଲ ପରଦାକୁ ଆସିବ । ହୈବାନରେ ମଧ୍ୟ ଅକ୍ଷୟ-ପ୍ରିୟଦର୍ଶନ ଯୋଡି କାମ କରିବେ ।

Leave A Reply

Your email address will not be published.