Latest Odisha News

BREAKING NEWS

ଟଏଲେଟ୍ ଫିଲ୍ମ ଫ୍ଲପ୍; ଜୟାଙ୍କୁ ଜବାବ ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଫିଲ୍ମଫେୟାର ଆୱାର୍ଡ ରେ ପୁରସ୍କୃତ ହୋଇଥିବା ଫିଲ୍ମ “ଟଏଲେଟ୍: ଏକ୍ ପ୍ରେମ କଥା” ବଲିଉଡର ସୁପର ହିଟ୍ ଫଲ୍ମମାନଙ୍କ ମଧ୍ୟରେ ଗଣାଯାଇଥାଏ। କିନ୍ତୁ କିଛଦିନ ପୂର୍ବରୁ ଜୟା ବଚ୍ଚନ ଏହି ଫିଲ୍ମ କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଅକ୍ଷୟ କୁମାର ନିଜର ଆଗାମୀ ଚଳଚ୍ଚିତ୍ର କେଶରୀ ୨ ର ଏକ ପ୍ରମୋସନାଲ୍ ଇଭେଣ୍ଟରେ ଯୋଗ ଦେଇଥିଲେ। ଏହି ଇଭେଣ୍ଟରେ  ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ଯଦି କେହି ତାଙ୍କ ଚଳଚ୍ଚିତ୍ରର ସମାଲୋଚନା କରନ୍ତି, ସେତେବେଳେ ତାଙ୍କୁ ଖରାପ ଲାଗେ କି?

ଏନେଇ ସେ କହିଥିଲେ ଯେ ସମାଜ ସଚେତନତା ଫିଲ୍ମଗୁଡ଼ିକୁ କେହି ସମାଲୋଚନା କରୁଥିବାର ମୁଁ ଭାବୁନାହିଁ। ଯଦି କେହି ଏହାକୁ ସମାଲୋଚନ କରୁଥିବେ ତାହେଲେ ସେ ନିଶ୍ଚିତ ଜଣେ ମୁର୍ଖ ହିଁ ହୋଇଥିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେ ପ୍ୟାଡମ୍ୟାନ୍ ,ଏୟାରଲିଫ୍ଟ, ଟଏଲେଟ୍ ଏକ ପ୍ରେମ କଥା, କେଶରୀ ଭଳି ଫିଲ୍ମ ତିଆରି କରିଛନ୍ତି ଓ ସମସ୍ତ ଫିଲ୍ମ କୁ ସେ  ହୃଦୟର ସହ ତିଆରି କରିଛନ୍ତି। ତେବେ ଏହି ଫିଲ୍ମ ଗୁଡିକରୁ ସମସ୍ତଙ୍କୁ କିଛି ନା କିଛି ଶିଖିବାକୁ ମିଳିଛି।

ସେହିପରି ଅକ୍ଷୟ କୁମାରଙ୍କୁ ଜୟା ବଚ୍ଚନଙ୍କ ବିବାଦୀୟ ବୟାନକୁ ନେଇ କହିଥିଲେ ଯଦି ସେ ଭାବୁଛନ୍ତି  ମୁଁ ଟୟଲେଟ୍: ଏକ ପ୍ରେମ କଥା ଭଳି ଫିଲ୍ମ ତିଆରି କରି କିଛି ଭୁଲ କରିଛି ତାହେଲେ ସେ ହୁଏତ ଠିକ କହିଥିବେ।

ଜୟା ବଚ୍ଚନ ଟଏଲେଟ୍ ଏକ୍ ପ୍ରେମ କଥାକୁ ସମାଲୋଚନା କରି କହିଥିଲେ ଯେ ଏହିଭଳି ନାମ ଥିବା ଫିଲ୍ମ କୁ ସେ କେବେ ବି ଦେଖିବାକୁ ଯିବେ ନାହିଁ ଓ  ଏହି ଫିଲ୍ମ କୁ କେବଳ ୪ ରୁ ୫ ଜଣ ଦେଖିବାକୁ ଯାଇଥିଲେ ଏବଂ ଏହା ଏକ ଫ୍ଲପ୍ ଫିଲ୍ମ ଥିଲା। ତେବେ ଏହି ବୟାନ ପାଇଁ ଜୟାଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଇଥିଲା।

Comments are closed.